31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶରାଜସ୍ଥାନରେ ଅଜଣାରୋଗ ଆତଙ୍କ, ଗଲାଣି ୭ ଶିଶୁଙ୍କ ଜୀବନ

ରାଜସ୍ଥାନରେ ଅଜଣାରୋଗ ଆତଙ୍କ, ଗଲାଣି ୭ ଶିଶୁଙ୍କ ଜୀବନ

ଜୟପୁର: ରାଜସ୍ଥାନରେ ଅଜଣାରୋଗ ଆତଙ୍କ । ସିରୋହୀ ଜିଲ୍ଲାର ଫୁଲବାଇ ଅଞ୍ଚଳରେ ଅଜଣା ରୋଗ ନେଲାଣୀ ୭ ଜଣଙ୍କ ଜୀବନ । ମୃତକଙ୍କ ବୟସ ୨ ରୁ ୧୪ ବର୍ଷ ହୋଇଥିବା ଜଣାପଡିଛି । ଏପ୍ରିଲ୍ ୯ ରୁ ୧୩ ମଧ୍ୟରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଜ୍ବର ହେବାପରେ ଆକସ୍ମିକ ଭାବେ ମୃତ୍ୟୁ ହେଉଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଜଣେ ଅଧିକାରୀ କହିଛନ୍ତି ଯେ ମୃତ୍ୟୁର କାରଣ ଜଣାପଡି ନାହିଁ । ରିପୋର୍ଟ ଆସିବା ପରେ ପ୍ରକୃତରୋଗର କାରଣ ଜଣାପଡିବ । ସବୁଠାରୁ ବଡ କଥା ହେଉଛି ଲକ୍ଷଣ ଦେଖାଦେବାର ଗୋଟିଏ ଦିନ ପରେ ମୃତ୍ୟୁ ହେଉଛି ।

ନିଜ ପାଞ୍ଚବର୍ଷର ଶିଶୁକୁ ହରାଇ ଜଣେ ମୃତକଙ୍କ ମା କହିଛନ୍ତି ଯେ ମୋ ପୁଅ ସକାଳ ସମୟରେ ଉଠିବା ପରେ ସେ ଜ୍ବରରେ ପଡିତ ଥିଲା। ପ୍ରଥମେ ମୋତେ ପାଣି ମାଗିଲା ଓ ଏହା ପରେ ବାନ୍ତି ହୋଇଥିଲା, ଏବଂ କିଛି ସମୟପରେ ତାର ମୃତ୍ୟୁ ହୋଇଥିଲା । ୭ଜଣ ମୃତକଙ୍କ ମଧ୍ୟରୁ ୩ଜଣ ମୃତ୍ୟୁ ପୂର୍ବରୁ ଆଇସକ୍ରିମ ଖାଇଥିଲେ । ତେଣୁ ଉକ୍ତ ଅଞ୍ଚଳକୁ ଜୟପୁର ଏବଂ ଯୋଧପୁରର ଡାକ୍ତରୀ ଟିମ୍‌ ପରିଦର୍ଶନ କରିବାକୁ ଯାଇଛନ୍ତି ।

ପରିସ୍ଥିତି ଉପରେ ନଜର ରଖାଯାଇ ପ୍ରାୟ ୩୦୦ଟି ଘରୁ ୫୮ ଟି ନମୁନା ପରୀକ୍ଷା ପାଇଁ ଜୟପୁରର ଏକ ଲ୍ୟାବକୁ ପଠାଯାଇଛି ବୋଲି କହିଛନ୍ତି ଅଧିକାରୀ ଜଣଙ୍କ । ଏବେ ଆଉ ତିନିଜଣ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରେ ଥଣ୍ଡାର ସାମାନ୍ୟ ଲକ୍ଷଣ ଅଛି ଏବଂ ଜଣଙ୍କ ନିମୋନିଆ ରହିଛି । ତେବେ ଏହା ଭାଇରାଲ ଫିଭର ହୋଇଥାଇପାରେ ବୋଲି ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଶିଶୁ ବିଭାଗର ମୁଖ୍ୟ କୁଲଦୀପ ସିଂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking