28.1 C
Bhubaneswar
Saturday, May 11, 2024
Homeଓଡିଶା୨ ବାଇକ୍ ମୁହାଁମୁହିଁ ଧକ୍କା: ଟ୍ରକ୍ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ

୨ ବାଇକ୍ ମୁହାଁମୁହିଁ ଧକ୍କା: ଟ୍ରକ୍ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ

ସାନଖେମୁଣ୍ଡି : ଚିକିଟି ଏନଏସି ନନ୍ଦିନୀ ଢାବା ସମ୍ମୁଖରେ ଏକ ଦୁର୍ଘଟଣାରେ ଟ୍ରକ ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦିଗପହଣ୍ଡି ରେଞ୍ଜ ନୂଆପଡା ସେକ୍ସନ ଫରେଷ୍ଟ ଗାର୍ଡ ସୁଦାମ ଦଳେଇ। ଚିକିଟି ଗଡ ପାର୍ଶ୍ଵରୁ ଏପି ୧୬ଟିଜେ ୪୯୦୯ ନମ୍ବର ଟ୍ରକ ଦିଗପହଣ୍ଡି ଅଭିମୁଖେ ଯିବା ରାସ୍ତାରେ ଏ ଦୁର୍ଘଟଣା ଘଟିଛି।

ନନ୍ଦିନୀ ଢାବା ସମ୍ମୁଖରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇ ଜଣେ ବ୍ୟକ୍ତି ଟ୍ରକ ଚକା ତଳେ ପଡି ଚାପି ହୋଇଯାଇଥିଲେ। ଅନ୍ୟ ଜଣେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଚିକିଟି ମେଡ଼ିକାଲ ନିଆଯାଇଥିଲା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ଗାଡ଼ି ଜବତ କରିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking