29.1 C
Bhubaneswar
Wednesday, May 1, 2024
Homeଓଡିଶାସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର, ୧ ମୃତ

ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର, ୧ ମୃତ

ଜଳେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ କଣ୍ଟେନର ଧକ୍କା ଦେବା ପରେ କଣ୍ଟେନରଟି ଜଳିଯାଇଛି। ଏହାସହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ସ୍କୁଟି ଚାଳକ ବୋଲି ଜଣାପଡିଛି। କଣ୍ଟେନର ଚାଳକ ଓ ହେଲପରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ, ଅଗ୍ନଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking