27.8 C
Bhubaneswar
Thursday, April 18, 2024
Homeଓଡିଶା୨୧ ଲକ୍ଷ ମୁହାଁ ଟିକାକରଣ

୨୧ ଲକ୍ଷ ମୁହାଁ ଟିକାକରଣ

ଭୁବନେଶ୍ୱର : ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିରେ କିଛି ବିଶେଷ ସୁଧାର ଆସୁନଥିବାବେଳେ ସହରରେ ଥିବା ଟିକାକରଣକୁ ବ୍ୟାପକ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି । ଏହି ମଧ୍ୟରେ ଭୁବନେଶ୍ୱରରେ ମୋଟ ଟିକାକରଣ ୨୧ ଲକ୍ଷ ନିକଟତର ହୋଇଛି । ଦୈନିକ ପ୍ରାୟ ୧୫ରୁ ୨୦ ହଜାର ନାଗରିକ ଟିକା ନେଉଥିବାବେଳେ ସଂଖ୍ୟା ଏବେ ୨୦,୭୩,୨୭୯କୁ ବୃଦ୍ଧିପାଇଛି । ୧୧,୫୪,୪୫୨ ଜଣ ଏବେ ସୁଦ୍ଧା ପ୍ରଥମ ଡୋଜ୍ ନେଇସାରିଥିବାବେଳେ ୯,୧୮,୮୨୭ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଏବେ ମଧ୍ୟ ଆହୁରି ୨ରୁ ୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଥିବାବେଳେ ଖୁବ୍ କମ୍ ଦିନରେ ଏହି ସଂଖ୍ୟା ୨୧ ଲକ୍ଷ ଟପିବ ବୋଲି ଆଶା କରାଯାଉଛି । ମୁଖ୍ୟକଥା ହେଲା ଯୁବ ବର୍ଗଙ୍କ ଟିକାକରଣକୁ ବିଏମ୍‌ସି ବ୍ୟାପକ କରିଛି ।

୬,୪୩,୨୬୪ ଜଣ ୧୮ରୁ ୪୪ ବର୍ଷ ବର୍ଗରେ ପ୍ରଥମ ଡୋଜ୍ନେ ଇସାରିଥିବାବେଳେ ୪,୯୧,୧୪୧ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୨,୭୭,୨୩୯ ଜଣ ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମ ଡୋଜ୍ ଓ ୨,୨୮,୬୯୫ଙ୍କୁ ଦ୍ୱିତୀୟ ଡୋଜ୍ ମିଳିଛି । ସହର ତଥା ସହର ଉପକଣ୍ଠର ନାଗରିକଙ୍କୁ ଭୁବନେଶ୍ୱରରେ ଟିକା ନେବା ପାଇଁ ବିଏମ୍‌ସି କୌଣସି ବାରଣ ନାହିଁ। ଭୁବନେଶ୍ୱର ନାଗରିକଙ୍କ ବ୍ୟତୀତ କିପରି ଅନ୍ୟମାନେ ମଧ୍ୟ ଟିକା ନେଇପାରିବେ ସେନେି ବିଏମ୍‌ସି ବ୍ୟବସ୍ଥା କରିଛି । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ । ଆବଶ୍ୟକ ପଡ଼ିଲେ ଅଧିକାରୁ ଅଧିକ ଟିକାକରଣ ହେବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking