29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶତାଲିବାନକୁ ଜୋ ବାଇଡେନଙ୍କ ଚେତାବନୀ

ତାଲିବାନକୁ ଜୋ ବାଇଡେନଙ୍କ ଚେତାବନୀ

ଆମେରିକା : ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆଫଗାନିସ୍ତାନରୁ ୧୮ ହଜାର ଆମେରିକୀୟଙ୍କୁ ଉଦ୍ଧାର କରାଯାଇଛି । କାବୁଲ୍‌ରେ ୬ ହଜାର ସୈନିକ ମହଜୁଦ୍‌ ଅଛନ୍ତି । କାବୁଲ୍‌ ଏୟାରପୋର୍ଟ ସମ୍ପୂର୍ଣ୍ଣ ଆମେରିକା ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ବାଇଡେନ । ଆଫିଗାନିସ୍ତାନର କିଛି ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ଆଫଗାନିସ୍ତାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆମେରିକା ସେନା ଉପରକୁ ଆକ୍ରମଣ ବରଦାସ୍ତ କରାଯିବ ନାହିଁ । ୨୦ ବର୍ଷ ଧରି ଆଫଗାନିସ୍ତାନ ସହ କାମ କରି ଆସିଛୁ । ତାଲିବାନ୍‌ ସହ ଲଗାତର ଭାବେ ସମ୍ପର୍କରେ ରହିଛୁ । ଆଗାମୀ ଦିନରେ ଆଫଗାନିସ୍ତାନ ସ୍ଥିତିର ଚୂଡାନ୍ତ ରୂପରେଖ କଣ ହେବ, ସେ ସମ୍ପର୍କରେ କିଛି ବି ପ୍ରତିଶ୍ରୁତି ଦେଇ ହେବ ନାହିଁ ବୋଲି ବାଇଡେନ୍‌ କହିଛନ୍ତି। କାବୁଲ ବିମାନବନ୍ଦରର ସ୍ଥିତି, ଇତିହାସରେ ବିରଳ ବୋଲି ବାଇଡେନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking