28.1 C
Bhubaneswar
Saturday, April 27, 2024
Homeଅପରାଧ୫ ବର୍ଷର ଶିଶୁକୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

୫ ବର୍ଷର ଶିଶୁକୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପୁରୀ : ପୁରୀରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛି। ନାବାଳିକାକୁ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି। ଟାଉନଥାନା ପୁଲିସ ଏକମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିଶୁ ଜଣକ ହେଉଛି ପୁରୀ ଟାଉନ ଥାନା ଅଞ୍ଚଳରେ ଭଡ଼ାସୂତ୍ରରେ ରହୁଥିବା ଜଣେ ରାଜମିସ୍ତ୍ରୀଙ୍କ ଝିଅ। ଅଭିଯୁକ୍ତ ମହେଶ ମହାନ୍ତି (୩୫)ର ନିଜ ଘର ମରାମତି ହେଉଥିବାରୁ ସେ ବି ଏହି ଅଞ୍ଚଳରେ ଭଡ଼ା ରହୁଥିଲା। କିଛିମାସ ପୂର୍ବରୁ ଘର ମରାମତି ସରିବା ପରେ ମହେଶ ନିଜ ଘରକୁ ଚାଲିଯାଇଥିଲା।

ତେବେ ପୁରୁଣା ଭଡ଼ାଘର ସହ ସମ୍ପର୍କ ରହିଥିବାରୁ ସେ ବିଭିନ୍ନ ସମୟରେ ସେଠାକୁ ଯା’ଆସ କରୁଥିଲା। ରବିବାର ମହେଶ ଏହି ଭଡ଼ାଘରକୁ ଆସିଥିବା ବେଳେ ସେଠାରେ ରାଜମିସ୍ତ୍ରୀଙ୍କ ୫ ବର୍ଷୀୟା ଝିଅ ଏକାକୀ ଖେଳୁଥିବାର ଦେଖିବାକୁ ପାଇଥିଲା। ମହେଶ ଏହି ନାବାଳିକାକୁ ଛାତ ଉପରକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଏହାପରେ ସମସ୍ତଙ୍କ ସମ୍ମୁଖରେ ମହେଶ ଦୌଡ଼ି ପଳାଇଥିଲା। ସମ୍ପୃକ୍ତ ଶିଶୂୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଟାଉନ୍‌ ଥାନା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍‌ ଗଠନ କରାଯାଇଛି। ପୁଲିସ କହିଛି ଯେ ମହେଶ ଜଣେ ଡ୍ରାଇଭର। ପୂବର୍ରୁ ତା’ର ବାପା ମରିଯାଇଥିଲା ବେଳେ ଗତବର୍ଷ କରୋନାରେ ମା’ ବି ଚାଲିଯାଇଛନ୍ତି। ସେ ଗତ କିଛିବର୍ଷ ପୂର୍ବେ ବିବାହ କରିଥିଲା। ମାତ୍ର, ତା’ର ପତ୍ନୀ ତାକୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଚର୍ଚ୍ଚା ହେଉଛି। ସେ ଏବେ ନିଜ ଭଉଣୀ ଓ ଭାଣିଜୀଙ୍କୁ ପାଖରେ ରଖିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking