32.1 C
Bhubaneswar
Saturday, May 4, 2024
Homeଅପରାଧସ୍ତ୍ରୀର ଶାଢି ଚୋରି କରିବାରୁ ପଡୋଶୀକୁ ଗୁଳିକଲା ସିକ୍ୟୁରିଟି ଗାର୍ଡ

ସ୍ତ୍ରୀର ଶାଢି ଚୋରି କରିବାରୁ ପଡୋଶୀକୁ ଗୁଳିକଲା ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ: ସାମାନ୍ୟ ଶାଢ଼ି ପାଇଁ ଫୁଟିଲା ଗୁଳି । ସ୍ତ୍ରୀର ଶାଢ଼ି ଚୋରି କରିବା ସନ୍ଦେହରେ ନିଜର ପଡୋଶୀକୁ ଗୁଳି କଲା ୫୦ ବର୍ଷୀୟ ସିକ୍ୟୁରିଟି ଗାର୍ଡ । ନୂଆଦିଲ୍ଲୀର ଗୁରୁଗ୍ରାମ ଅନ୍ତର୍ଗତ ନାଥୁପୁର ଗାଁରେ ଏଭଳି ବର୍ବର କାଣ୍ଡ ଘଟିଯାଇଛି । ଗୁଳିମାଡରେ ପଡୋଶୀ ଯୁବକର ମୃତ୍ୟୁ ହୋଇଛି । ମୃତକ ହେଲେ ୩୦ ବର୍ଷୀୟ ପିଣ୍ଟୁ କୁମାର ଓ ଘର ବିହାରରେ । ସେ ମଧ୍ୟ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଗୁରୁବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ, ଗୁଳି କରିଥିବା ଅଭିଯୁକ୍ତର ନାମ ଅଜୟ ସିଂହ । ଗୁରୁବାର ସକାଳେ ଅଜୟର ପତ୍ନୀ ରୀନା ସ୍ୱାମୀକୁ ତାଙ୍କର ଗୋଟିଏ ଶାଢି ଚୋରି ହୋଇଯାଇଥିବା କହିଥିଲେ ।

ପଡୋଶୀରେ ରହୁଥିବା ପିଣ୍ଟୁ ହିଁ ତାଙ୍କର ଶାଢିକୁ ଚୋରି କରିଥିବା ସେ ସ୍ୱାମୀ ପାଖରେ ଅଭିଯୋଗ କରିଥିଲେ । ଏହାଶୁଣି ରାଗରେ ଜର୍ଜରିତ ହୋଇଯାଇ ଥିଲା ଅଜୟ । ରାତି ୮ଟାରେ ପିଣ୍ଟୁ ଡ୍ୟୁଟିରୁ ଘରକୁ ଫେରିବା ପରେ ଅଜୟ ସିଂହ ତାଙ୍କ ପାଖକୁ ଯାଇ ଶାଢି ବିଷୟରେ ପଚାରିଥିଲେ । କିନ୍ତୁ ପିଣ୍ଟୁ ମାନି ନଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ରୁମ ଭିତରୁ ନିଜର ବନ୍ଧୁକ ଆଣି ପିଣ୍ଟଙ୍କ ପେଟକୁ ଗୁଳି କରିଥିଲା ଅଜୟ । ଏନେଇ ମୃତକଙ୍କ ସାଙ୍ଗ ତଥା ରୁମମେଟ୍ ଅଶୋକ କହିଛନ୍ତି, ”ଆମେ ଅଜୟ ସିଂହ ଠାରୁ ବନ୍ଧୁକ ଛଡାଇବାକୁ ବହୁତ ଚେଷ୍ଟା କରିଥିଲୁ । ହେଲେ ସେ ଆମଠୁ ଛଡାଇ ନେଇ ଗୁଳିମାଡ କରିଥିଲା । ଗୁରୁତର ଅବସ୍ଥାରେ ପିଣ୍ଟୁଙ୍କୁ ପାଖ ହସ୍ପିଟାଲକୁ ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking