37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକୁକୁରକୁ ନେଇ କଳି: ଗୁଳିମାଡ଼ରେ ୨ ମୃତ, ୬ ଆହତ

କୁକୁରକୁ ନେଇ କଳି: ଗୁଳିମାଡ଼ରେ ୨ ମୃତ, ୬ ଆହତ

ଭୋପାଳ: କୁକୁରକୁ ନେଇ କଳିରୁ ଗୁଳିକାଣ୍ଡ ଘଟାଇଲେ ଜଣେ ବ୍ୟାଙ୍କ ସୁରକ୍ଷାକର୍ମୀ । ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି । ତେବେ ରାଜପାଲ ରଜାୱତ ନାମକ ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡିଛି । ସେ ନିକଟସ୍ଥ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଥିଲା । କୁକୁରକୁ ନେଇ ପଡ଼ୋଶୀଙ୍କ ସହ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ସେ ଏହି ବନ୍ଧୁକରୁ ଗୁଳିଚାଳନା କରିଥିବା ଜଣାପଡିଛି । ଏନେଇ ଖଜରାନା ଥାନାର ଅତିରିକ୍ତ ଡେପୁଟି କମିଶନର ଅମ୍ରିନ୍ଦର ସିଂ କହିଛନ୍ତି, “ଏହି ଗୁଳିକାଣ୍ଡ ଗୁରୁବାର ବିଳମ୍ବିତ ରାତି ପାଖାପାଖି ୧୧ଟା ସମୟରେ ହୋଇଥିଲା । ରଜାୱତ ରାସ୍ତାରେ ନିଜର ପୋଷା କୁକୁର ସହ ଚାଲି ଚାଲି ଆସୁଥିଲେ ।

ସେହି ସମୟରେ ସେଠାରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯୁକ୍ତିତର୍କ ପରେ ରାଜପାଲ ରଜାୱତ ଘରର ଉପର ମହଲାକୁ ଯାଇ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲା । ଏହାପରେ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯାହାର ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭିରେ କଏଦ ହୋଇଛି । ଏହି ଗୁଳିମାଡ଼ରେ ରାହୁଲ ଏବଂ ବିମଲ ନାମକ ୨ ଜଣ ବ୍ୟକ୍ତି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ସେହିପରି ନିକଟରେ ଉପସ୍ଥିତ ଥିବା ଜ୍ୟୋତି, ଲଳିତ, କମଲ, ମୋହିତ ଓ ସୀମାଙ୍କୁ ମିଶାଇ ମୋଟ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ନିକଟସ୍ଥ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ବନ୍ଧୁକକୁ ଜବତ କରିବା ସହିତ ଗୁଳିକାଣ୍ଡ ଘଟାଇଥିବା ରାଜପାଲ ରଜାୱତକୁ ଗିରଫ କରିଛି । ସୂଚନା ଅନୁସାରେ, ରଜାୱତର କୁକୁର ପଡ଼ୋଶୀ ଘରେ ଥିବା ଆଉ ଏକ କୁକୁରକୁ କାମୁଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking