25.1 C
Bhubaneswar
Thursday, May 9, 2024
Homeଅପରାଧବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରିରୀକ ସମ୍ପର୍କ; ଶେଷରେ ଛାଡ଼ିଦେଇ ଚାଲିଗଲେ

ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରିରୀକ ସମ୍ପର୍କ; ଶେଷରେ ଛାଡ଼ିଦେଇ ଚାଲିଗଲେ

ସୋର: ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଲେ । ଆଦିବାସୀ ଝିଅ କହି ଦୂରେଇ ଦେଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରିପଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରିପଡ଼ିଆ ଅଞ୍ଚଳର ଜଣେ ୨୩ ବର୍ଷ ବୟସ୍କ ଗରିବ ଘରର ଝିଅ ଦିନ ମଜୁରିଆ ଭାବେ କାମ କରନ୍ତି । ସେହି ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗରେ କାମ କରିବାକୁ ଯାଆନ୍ତି । ଦୁହେଁ ଏକାଠି କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଯୁବକ ଜଣଙ୍କ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖି ଆସୁଥିଲା ।

ଯୁବତୀ ଜଣଙ୍କ ଯେତେବେଳେ ବିବାହ କରିବାକୁ କହିଥିଲେ ସେ ଘର ଲୋକଙ୍କୁ କହି ବିବାହ କରିବା, ଆଉ ଟିକିଏ ଅପେକ୍ଷା କର ବୋଲି କହିଥିଲେ । ବାରମ୍ବାର ଏଭଳି ଶୁଣି ଶୁଣି ଶେଷରେ ଯେତେବେଳେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ୍ ଧରିଥିଲେ ଯୁବକ ଜଣଙ୍କ ରୋକଠୋକ ମନା କରିଦେଇଥିବା ଜଣାପଡ଼ିଛି । ଯେ ତୁ ଜଣେ ଆଦିବାସୀ ଜାତିର ଝିଅ, ତୁ ଛୋଟ ଜାତିର ଝିଅ, ତୋତେ କିଏ ବାହା ହେବ ବୋଲି କହିଥିଲେ । ତେଣୁ ତୋତେ ମୁଁ ବାହା ହୋଇପାରିବି ନାହିଁ । ଏକଥା ଶୁଣିବା ପରେ ଗ୍ରାମବାସୀ ତଥା ଯୁବକଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ଯୁବତୀ ଜଣଙ୍କ ନ୍ୟାୟ ପାଇବା ପାଇଁ ସିମୁଳିଆ ଥାନାରେ ଆଶ୍ରୟ ନେଇଥିବା ବେଳେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking