30.1 C
Bhubaneswar
Monday, May 20, 2024
Homeଓଡିଶାଟ୍ରାଫିକ ଫାଇନରୁ ବର୍ତ୍ତିବାକୁ ନୂଆ ଫଣ୍ଡା; ଅସ୍ପଷ୍ଟ ରହୁଛି ନମ୍ବର ପ୍ଲେଟ,ଟ୍ରାଫିକ ପୋଲିସର କଡ଼ା ଚେକିଂ

ଟ୍ରାଫିକ ଫାଇନରୁ ବର୍ତ୍ତିବାକୁ ନୂଆ ଫଣ୍ଡା; ଅସ୍ପଷ୍ଟ ରହୁଛି ନମ୍ବର ପ୍ଲେଟ,ଟ୍ରାଫିକ ପୋଲିସର କଡ଼ା ଚେକିଂ

ଭୁବନେଶ୍ୱର: ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ରାଜଧାନୀର ବିଭିନ୍ନ ଛକ ସ୍ଥାନମାନଙ୍କରେ ଟ୍ରାଫିକ ପୋଲିସ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯାଇଛି । ଏପରିକି ସ୍ମାର୍ଟସିଟି କର୍ତ୍ତୃପକ୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ଲାଗିଥିବାରୁ ଅମାନିଆ ଗାଡ଼ି ଚାଳକଙ୍କ ଫଟୋ ଓ ଗାଡ଼ି ନମ୍ବର ସିସିଟିଭିରେ କଏଦ ହୋଇ ରହୁଛି । ଏପରିକି ସେମାନଙ୍କ ନିକଟକୁ ଅନଲାଇନରେ ଚାଲାଣ ମଧ୍ୟ ଯାଉଛି । ଏହି ଚାଳଣରୁ ବର୍ତ୍ତିବା ନିମନ୍ତେ ରାଜଧାନୀର ଅମାନିଆ ଗାଡ଼ି ଚାଳକମାନେ ଅଭିନବ ବିକଳ୍ପ ବାହାର କରିଛନ୍ତି । ଖାସକରି ଦୁଇଚକିଆ ଗାଡ଼ି ଚାଳକମାନେ ଗାଡ଼ିର ନମ୍ବର ପ୍ଲେଟର କିଛି ଅଂଶ ଲିଭାଇ ଦେଉଛନ୍ତି କିମ୍ବା ନମ୍ବର ପ୍ଲେଟରେ ଯେପରି ଦେଖା ନ ଯିବା ସେଥିପାଇଁ ତାହା ଉପରେ ଅନ୍ୟ କିଛି ରଙ୍ଗ ବୋଳି ଦେଉଛନ୍ତି ।

ବହୁ ସମୟରେ ସିସିଟିଭି କ୍ୟାମେରାରେ ଏଭଳି କିଛି ନମ୍ବର ପ୍ଲେଟ ଦେଖିବା ପରେ ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ କଡ଼ାକଡ଼ି ଚେକିଂ ଆରମ୍ଭ କରାଯାଇଛି । ଏହିକ୍ରମରେ ଗତ ଦୁଇଦିନ ମଧ୍ୟରେ ୧୩ ଜଣ ଦୁଇ ଚକିଆ ଚାଳକଙ୍କୁ ଅଟକ ରଖାଯାଇ ସେମାନଙ୍କ ଠାରୁ ୫ଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି । ତେବେ ୟୁନିଟ ୪ ଅଞ୍ଚଳର ଜଣେ ଗାଡ଼ି ଚାଳକ ତାଙ୍କ ନମ୍ବର ପ୍ଲେଟଟିକୁ ସବୁଜ ରଙ୍ଗରେ ଆଚ୍ଛାଦିତ କରିଥିଲେ । ତେବେ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ଗାଡ଼ି ନାମରେ ୩୩ଟି ପୁରୁଣା ଚାଲାଣ କଟିଥିବା ଜଣାପଡ଼ିଥିଲା । ତେଣୁ ଉକ୍ତ ଗାଡ଼ିଟିକୁ ସିଜ କରାଯାଇ କୋର୍ଟକୁ ଚିଠି ପଠାଯାଇଥିବା ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking