30.1 C
Bhubaneswar
Monday, May 20, 2024
Homeଓଡିଶାଟ୍ରଲରକୁ ଧକ୍କାଦେଲା କଣ୍ଟେନର; ଡ୍ରାଇଭର ମୃତ, ହେଲ୍‌ପର୍ ଗୁରୁତର

ଟ୍ରଲରକୁ ଧକ୍କାଦେଲା କଣ୍ଟେନର; ଡ୍ରାଇଭର ମୃତ, ହେଲ୍‌ପର୍ ଗୁରୁତର

ରଙ୍ଗେଈଲୁଣ୍ଡା : ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛରୁ ଧକ୍କା ଦେଲା କଣ୍ଟେନର । ଫଳରେ ଘଟଣା ସ୍ଥଳରେ କଣ୍ଟେନରର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଆଜି ଅପରାହ୍ନ ୨ଟା ବେଳେ ହଳଦିଆପଦର ଓଭରବ୍ରିଜ ଉପରେ ଏକ ଟ୍ରଲର (ନଂ-ଓଡି୦୨ଏଲ-୭୫୭୦) ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡା ହୋଇଥିବା ବେଳେ ଛତ୍ରପୁରରୁ ଇଛାପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର (ନଂ-ଏପି୧୬ ଟିଏଫ-୨୪୭୫) ପଛରୁ ଧକ୍କା ଦେଇଥିଲା ।

ଫଳରେ କଣ୍ଟେନରର ଆଗ କେବିନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେବା ସହ ଡ୍ରାଇଭର ଚିପି ହୋଇ ରହି ଯାଇଥିଲେ । ଖବର ପାଇ ଗୋଳନ୍ଥରା ପୁଲିସ ଓ କନିଷି ଅଗ୍ନିଶମ ବିଭାଗ ପକ୍ଷରୁ ଡ୍ରାଇଭରକୁ ଗାଡିରୁ ଉଦ୍ଧାର କରିବା ପାଇଁ ଦୀର୍ଘ ଏକ ଘଣ୍ଟା ପ୍ରୟାସ କରାଯାଇଥିଲା। ଡ୍ରାଇଭରଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିସାରିଥିବା ଜଣାପଡିଛି । ଗୁରୁତର ଆହତ କଣ୍ଟେନର ହେଲ୍‌ପରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଲେଖା ହେବା ସୁଦ୍ଧା ଡ୍ରାଇଭର ଓ ହେଲ୍‌ପରଙ୍କ କୌଣସି ପରିଚୟ ମିଳିନାହିଁ । ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking