28.1 C
Bhubaneswar
Saturday, April 27, 2024
Homeଅପରାଧବାହାଘରର ଦେଢ଼ମାସ ପରେ ନବବଧୂଙ୍କ ସହ ହେଲା କିଛି ଏପରି

ବାହାଘରର ଦେଢ଼ମାସ ପରେ ନବବଧୂଙ୍କ ସହ ହେଲା କିଛି ଏପରି

ନୂଆଦିଲ୍ଲୀ: ଦେଢ଼ମାସର ବାହାଘରରେ ୪ ମାସର ଗର୍ଭବତୀ ନବବଧୂ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମହରାଜଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି । ସୂଚନା ମୁତାବକ, କୋଲହୁଇ ଥାନା ଅଞ୍ଚଳର ଏକ ଗାଁରେ ନବବଧୂର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । କିନ୍ତୁ ରିପୋର୍ଟ ଆସିବା ପରେ ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ । କୁହାଯାଉଛି ଯେ, ବାହାଘରର ଦେଢ଼ମାସ ପରେ ନବବଧୂ ୪ ମାସର ଗର୍ଭବତୀ ବାହାରିଲେ । ଏହି ମାମଲାରେ ବିଚରା ସ୍ୱାମୀ କୋଲହୁଇ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୀଡିତ ଯୁବକ କହିଛନ୍ତି ଯେ, ଗାଁରେ ଥିବା ସମ୍ପର୍କୀୟଙ୍କ ସହାୟତାରେ ପଡ଼ୋଶୀ ଜିଲ୍ଲାର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା । କିନ୍ତୁ ଭଲରେ ଘର ସଂସାର କରିବା ପୂର୍ବରୁ ସେ ଧୋକାର ଶିକାର ହୋଇଗଲେ ।ଏହାକୁ ନେଇ ସେ ବିଚଳିତ ହୋଇ କହିଥିଲେ ଯେ, ବାହାଘରର ମାତ୍ର ଦେଢ଼ମାସରେ ମୋ ପତ୍ନୀ କେମିତି ୪ ମାସ ଗର୍ଭବତୀ ହେଲା ?

ନବବଧୂଙ୍କ ଏପରି କାଣ୍ଡ ଶୁଣିବା ପରେ ଶଶ୍ୱୂରଘର ଲୋକଙ୍କ ପାଦ ତଳୁ ମାଟି ଖସିଥିଲା । ପରେ ଦୁହିଁଙ୍କ ପରିବାର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହା ପରେ ପୁଣିଥରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ସ୍ୱାମୀ ଓ ତାଙ୍କ ପରିବାର ଲୋକ ଝିଅର ପରିବାର ଉପରେ ଧୋକା ଦେଇଥିବାର ଅଭିଯୋଗ କରିଥିଲେ । ତେବେ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ଏବେ ଏକାଠି ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking