31.1 C
Bhubaneswar
Friday, March 29, 2024
Homeଅପରାଧଅପହରଣ ପରେ ନାବାଳିକାଙ୍କ ସହ ଦୁଷ୍କର୍ମ

ଅପହରଣ ପରେ ନାବାଳିକାଙ୍କ ସହ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦୁଷ୍କର୍ମ ଭଳି ଅପରାଧ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଏପରି ଅନେକ ମାମଲା ସାମ୍ନାକୁ ଆସୁଥିବାରୁ ଚିନ୍ତାରେ ପଡିଛନ୍ତି ସରକାର । ତେବେ ଏଭଳି ଆଉ ଏକ ଘଟଣା ନୋଏଡ଼ାରେ ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଥାନା ଅଧିକାରୀ ବିବେକ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଗତ ମେ ୧୨ରେ ସୁନିଲରାମ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏ ସମ୍ପର୍କରେ ପୀଡିତାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ନାବାଳିକା ଝିଅଟି ଯେ କୌଣସି ଉପାୟରେ ଅଭିଯୁକ୍ତ କବଳରୁ ଖସି ପଳାଇ ଆସିଥିଲା ।

ଅଭିଯୋଗ ପରେ ପୋଲିସ ପୋକ୍ସୋ ଆଇନ ଅନୁସାରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଗତ କାଲି ସେକ୍ଟର-୫୯ରୁ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ଏହାପରେ ଏ ମାମଲାରେ ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ୧୪ ଦିନ ପାଇଁ ଜେଲରେ ରଖିବାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୀଡିତା ନାବାଳିକାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ପୀଡିତାଙ୍କ ଅଭିଯୋଗ ଆଧାରରେ ଏବେ ଘଟଣାର ତଦନ୍ତ ଆଗକୁ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking