31.1 C
Bhubaneswar
Friday, May 10, 2024
Homeଓଡିଶାଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ବଙ୍ଗୀୟ ୟୁଟ୍ୟୁବର କଲେ ଭିଡିଓ ଭାଇରାଲ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ବଙ୍ଗୀୟ ୟୁଟ୍ୟୁବର କଲେ ଭିଡିଓ ଭାଇରାଲ…

ପୁରୀ : ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି ।

ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଛି । ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସୂଚନା ଥାଉକି ବାରମ୍ୱାର ତାଗିଦ୍ କରିବା ସତ୍ତ୍ୱେ ଏମିତି ବାରମ୍ୱାର ଜଗନ୍ନାଥ ମନ୍ଦିରର ଦୃଶ୍ୟ ହେଉ ବା ମନ୍ଦିର ବେଢାର ଦୃଶ୍ୟ ଭାଇରାଲ ହୋଇଥାଏ । ଥାନାରେ ଏତଲା ବି ହୁଏ । ହେଲେ ଏବେ ପୁଣିଥରେ ପୁରୀ ଶ୍ରୀମନ୍ଦିରର ଉପରେ ଉଡିଛି ଡ୍ରୋନ୍ । ଯାହା ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking