31.1 C
Bhubaneswar
Friday, May 10, 2024
Homeଓଡିଶାହୃଦ୍‌ଘାତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ମାର୍ଗଦର୍ଶିକା; ହବ୍‍ ଆଣ୍ଡ ସ୍ପୋକ୍‍...

ହୃଦ୍‌ଘାତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ମାର୍ଗଦର୍ଶିକା; ହବ୍‍ ଆଣ୍ଡ ସ୍ପୋକ୍‍ ମଡେଲରେ ହେବ କାର୍ଯ୍ୟାନ୍ୱୟନ

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ହୃଦଘାତର ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାର ହୃଦରୋଗର ଚିକିତ୍ସା ପାଇଁ ବହୁ ପୂର୍ବରୁ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ନିଆଯିବ। ମାର୍ଗଦର୍ଶିକାରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୃଦରୋଗର ଚିକିତ୍ସା ନିମନ୍ତେ ଭିତ୍ତିଭୂମି ସୃଷ୍ଟି ଏବଂ ମାନବ ସମ୍ବଳର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାର ଅନୁଧ୍ୟାନ କରି ପଦକ୍ଷେପ ନେବେ। ଏଥିପାଇଁ ମୁଖ୍ୟତଃ ଏମ୍‍ଡି, ମେଡିସିନ୍‍/ଏମ୍‍ବିବିଏସ୍‍ ଡାକ୍ତର, ଇସିଜି ଟେକ୍ନିସିଆନ୍‍ ଏବଂ ଷ୍ଟାଫ୍‍ ନର୍ସଙ୍କୁ ନିଯୁକ୍ତ କରାଯିବ।

ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଉପକରଣ, ଜରୁରୀକାଳୀନ ଔଷଧ ମହଯୁଦ ରଖିବା ସହିତ ଥ୍ରୋମ୍ବୋଲିସିସ୍‍ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ବ୍ୟବସ୍ଥା ସହିତ ଚେଷ୍ଟ ପେନ୍‍ କ୍ଲିନିକ୍‍ ରହିବ। ଏଥିସହ କ୍ୟାଥ୍‍ ଲ୍ୟାବ୍‍, କ୍ରିଟିକାଲ କେୟାର ୟୁନିଟ୍‍ (ସିସିୟୁ) ଆଦି ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ହୃଦ ରୋଗର ନିଦାନ ଏବଂ ଚିକିତ୍ସା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ। ଡାକ୍ତର ଏବଂ ମେଡିକାଲ ଅଫିସରମାନଙ୍କୁ ଇ-ସଞ୍ଜୀବନୀ ପୋର୍ଟାଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇ ପାରିବ। ଏଥିପାଇଁ ମୁଖ୍ୟତଃ ଏମ୍‍ସ୍‍ କିମ୍ବା ତତୁଲ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସହାୟତା ନିଆଯାଇ ପାରିବ। ଆବଶ୍ୟକସ୍ଥଳେ ରାଜ୍ୟ ସରକାର ହୃଦରୋଗର ଚିକିତ୍ସା ପାଇଁ ରିଫ୍ରେସର କୋର୍ସ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବେ। ପ୍ରଶିକ୍ଷିତ ଡାକ୍ତର ଏବଂ କର୍ମଚାରୀ ପ୍ରଥମ ଚିକିତ୍ସକ ଭାବେ କାର୍ଯ୍ୟ କରିବେ। ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବ। ନିଦାନ ଏବଂ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ମେସିନ୍‍, ଟ୍ରୋପୋନିନ୍‍ କେୟାର ଉପକରଣ, ମଲ୍ଟି ପାରା ମନିଟର୍‍, ଡେଫିବ୍ରିଲେଟର୍‍, ଜିପିଏସ୍‍ ଯୁକ୍ତ ସ୍ମାର୍ଟଫୋନ ଆଦି ବ୍ୟବସ୍ଥା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking