31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଦୁନିଆର ସବୁଠୁ ମହଙ୍ଗା ଆଳୁ : କିଲୋ ପିଛା ୫୦ ହଜାର, ଜାଣନ୍ତୁ କେଉଁଠି ହୁଏ...

ଦୁନିଆର ସବୁଠୁ ମହଙ୍ଗା ଆଳୁ : କିଲୋ ପିଛା ୫୦ ହଜାର, ଜାଣନ୍ତୁ କେଉଁଠି ହୁଏ ଚାଷ

ନୂଆଦିଲ୍ଲୀ: ବଜାରରେ ୩୦-୪୦ ଟଙ୍କାରେ ମିଳୁଥିବା  ଆଳୁ ଏଭଳି ଏକ ପରିବା, ଯାହା ସବୁ  ବର୍ଗର ଲୋକଙ୍କ ଘରେ ଦେଖିବାକୁ ମିଳେ । କିନ୍ତୁ ଯଦି ଏକ କିଲୋ ଆଳୁର ମୂଲ୍ୟ ୪୦-୫୦ ହଜାର ଟଙ୍କା ହୁଏ,  ତେବେ କଥାଟା ସହଜରେ ବିଶ୍ୱାସ ହେବ ନାହିଁ । କିନ୍ତୁ ଏହା ସତ । ବିଶ୍ୱରେ ଆଳୁର ଏଭଳି ଏକ କିସମ ଚାଷ ହେଉଛି, ଯାହାର ମାତ୍ର ୧ କିଲୋର ମୂଲ୍ୟ ୫୦ ହଜାର ଟଙ୍କା ।

ସୂଚନା ଅନୁଯାୟୀ, ଲି ବୋନୋଟ୍‌ ନାମକ ଏହି ଆଳୁ ଚାଷ ଫ୍ରାନ୍ସର ଦ୍ୱୀପ ‘ଇଲ୍‌ ଡି ନୋଏରମୋଟିୟର’ରେ ହୁଏ । ବାଲିଆ ମାଟିରେ ଏହି ଆଳୁ ଚାଷ ହୁଏ । ସାମୁଦ୍ରିକ ଶୈବାଳକୁ ଏହାର ଖତ ଭାବେ ପ୍ରୟୋଗ କରାଯାଏ । କୁହାଯାଏ, ମାତ୍ର ୫୦ ବର୍ଗ ମିଟର  କ୍ଷେତରେ ଏହି ଆଳୁ ଚାଷ କରାଯାଏ । ପଟାଟୋରିଭ୍ୟୁ ୱେବ୍‌ସାଇଟ୍‌ ଅନୁସାରେ, କିଲୋ ପିଛା ଏହାର ହାରାହାରି ମୂଲ୍ୟ ୫୦୦ ୟୁରୋ ଅର୍ଥାତ୍‌  ପ୍ରାୟ ୪୪,୨୮୨ ଟଙ୍କା । ତେବେ ଏହାର ମୂଲ୍ୟ କମ୍‌-ବେଶି ହେଉଥାଏ । ବିଶ୍ୱସ୍ତରୀୟ ମିଡିଆ କମ୍ପାନି  କୋଣ୍ଡ୍‌ ନାଷ୍ଟ ଟ୍ରାଭେଲ୍‌ ଏହାକୁ ବିଶ୍ୱର ୫ ସବୁଠୁ ମହଙ୍ଗା ପରିବାରେ ସାମିଲ କରିଛି । ଏହି ଆଳୁକୁ ଦୁର୍ଲଭ  କିସମ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି।

ଲି ବୋନୋଟ୍‌ ପ୍ରତି ବର୍ଷ କେବଳ ୧୦ ଦିନ ପାଇଁ ମିଳେ । ବେଶ ସାବଧାନତାର ସହ ଏହାକୁ ଚାଷ କରିବାକୁ ପଡ଼େ । ଚାଷର ୩ ମାସ ପରେ ଆଳୁ ଅମଳ କରାଯାଏ ।  ଫେବ୍ରୁଆରୀରେ ଚାଷ ଏବଂ ମେ’ ମାସରେ ଆଳୁ ଖୋଳା ହୁଏ । ବେଶ ସାବଧାନତାର ସହ ହାତରେ ଏହାକୁ ମାଟି  ତଳୁ ବାହାର କରାଯାଏ, ନଚେତ୍‌ ଏହାର କ୍ଷତି ହେବାର ଆଶଙ୍କା ଥାଏ । ଲି ବୋନୋଟ୍‌ ଆଳୁର ସ୍ୱାଦ ଲୁଣିଆ । ପ୍ୟୁରି, ସାଲାଡ୍‌, ସୁପ୍‌ ଓ କ୍ରିମ୍‌ ପ୍ରସ୍ତୁତିରେ ଏହାକୁ ପ୍ରୟୋଗ କରାଯାଇପାରେ । ଅନେକ ରୋଗରେ  ମଧ୍ୟ ଏହାର ସେବନ ହିତକର ବୋଲି ବିଶ୍ୱାସ କରାଯାଏ । ଇ-କମର୍ସ  ୱେବ୍‌ସାଇଟ୍‌ ଟ୍ରେଡ୍‌ ଇଣ୍ଡିଆରେ ୧ କିଲୋ ଲି ବୋନୋଟ୍‌ର ମୂଲ୍ୟ ୬୯୦  ଆମେରିକୀୟ ଡଲାର ଅର୍ଥାତ ୫୬,୦୨୦ ଟଙ୍କା ରହିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking