30.1 C
Bhubaneswar
Friday, April 26, 2024
Homeମନୋରଞ୍ଜନକମଲ ହାସନ ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

କମଲ ହାସନ ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ପଥଲା ପଥଲା’ ଗୀତ ପାଇଁ ହିଁ କମଲଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। କମଲ ହାସନ ନିଜେ ଏହି ଗୀତ ଲେଖିଛନ୍ତି ଓ ଗାଇଛନ୍ତି। ଜୁନ୍ ୩ରେ କମଲଙ୍କ ଫିଲ୍ମ ‘ବିକ୍ରମ’ ରିଲିଜ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ରିଲିଜ୍ ହୋଇଛି ଏହାର ପ୍ରଥମ ଗୀତ ‘ପଥଲା ପଥଲା’।
ସେଲଭମ ନାମକ ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ତାଙ୍କ ବିରୋଧରେ ଦିଆଯାଇଥିବା ଏତଲା ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି। ଏହି ସାମାଜିକ କର୍ମୀଙ୍କ କହିବା କଥା, କମଲ ହାସନଙ୍କ ଏହି ଗୀତରେ କେନ୍ଦ୍ର ସରକାରଙ୍କୁ ଉପହାସ ତଥା ଅପମାନିତ କରାଯାଇଛି। ଏହା ଲୋକଙ୍କ ଭିତରେ ବିଭେଦ ମଧ୍ୟ ସୃଷ୍ଟି କରୁଛି। ଏହି ଗୀତରୁ କିଛି ଧାଡ଼ି କାଟି ଦେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ କମଲ ହାସନଙ୍କ ଏହି ଗୀତ ବଢ଼ିଆ ପ୍ରଦର୍ଶନ କରିଛି। ଲୋକେ ଏହାକୁ ଖୁବ୍ ଦେଖୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking