34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୁର୍ଘଟଣାରେ ନାବାଳିକାର ମୃତ୍ୟୁ ଘଟିବାରୁ ଡ୍ରାଇଭରକୁ ଜିଅନ୍ତା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଦୁର୍ଘଟଣାରେ ନାବାଳିକାର ମୃତ୍ୟୁ ଘଟିବାରୁ ଡ୍ରାଇଭରକୁ ଜିଅନ୍ତା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଂପୃକ୍ତ ଅଞ୍ଚଳରେ ଏକ ପିକ୍‌ଅପ୍ ଭ୍ୟାନ ୮ ବର୍ଷୀୟା ଜଣେ ନାବାଳିକାକୁ ମାଡ଼ି ଦେବା ପରେ ରାଗରେ ଆସି ସ୍ଥାନୀୟ ଲୋକେ ଡ୍ରାଇଭରକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ପିକ୍‌ଅପ୍ ଭ୍ୟାନ୍‌ଟି ଦୁର୍ଘଟଣା ଘଟାଇବା ପରେ ନାବାଳିକାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ନାବାଳିକାଟିର ମୃତ୍ୟୁ ଘଟିବା ନେଇ ସ୍ଥାନୀୟ ଲୋକେ ପିକ୍‌ଅପ୍ ଭ୍ୟାନ୍ ସହ ଡ୍ରାଇଭରକୁ ଘେରାଉ କରିଥିଲେ । ପ୍ରଥମେ ପିକ୍‌ଅପ୍ ଭ୍ୟାନ୍‌ରେ ନିଆଁ ଲଗାଇ ଡ୍ରାଇଭରକୁ ବାଡ଼ାପିଟା କରିଥିଲେ । ପରେ ସେହି ନିଆଁରେ ଡ୍ରାଇଭରକୁ ଜିଅନ୍ତା ପିଙ୍ଗି ଦେଇଥିବା ସୂଚନା ମିଳିଛି ।

ଡ୍ରାଇଭରକୁ ନିଆଁକୁ ଫୋପାଡ଼ି ଦେବା ପରେ ସେ ଜଳିବା ଆରମ୍ଭ କରିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଜାଣିବାକୁ ମିଳିଛି ଯେ ଡ୍ରାଇଭର ମଗନ ସିଂହ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ତାଙ୍କ ପରିବାରରେ ତାଙ୍କ ପତ୍ନୀ, ୩ଟି ଛୋଟ୍ ପିଲା ଓ ବୃଦ୍ଧ ବାପାମାଆ ଅଛନ୍ତି । ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶୁକ୍ରବାର ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking