40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମେ ୨୧ ରେ ପ୍ରତିବର୍ଷ ପାଳନ ହେବ ଆତଙ୍କବାଦୀ ବିରୋଧୀ ଦିବସ

ମେ ୨୧ ରେ ପ୍ରତିବର୍ଷ ପାଳନ ହେବ ଆତଙ୍କବାଦୀ ବିରୋଧୀ ଦିବସ

ନୂଆଦିଲ୍ଲୀ : ପ୍ରତିବର୍ଷ ଆତଙ୍କବାଦୀ ବିରୋଧୀ ଦିବସ ପାଳନ କରାଯିବ । ଆତଙ୍କବାଦକୁ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିଜର ଅଭିଯାନ ଜାରି ରଖିଛନ୍ତି। ଏହାକୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ଚିଠି ଲେଖାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି ପ୍ରତି ବର୍ଷ ୨୧ ମଇରେ ଆତଙ୍କବାଦୀ ବିରୋଧୀ ଦିବସ ପାଳନ କରାଯିବ। ଏହି ପତ୍ର ସବୁ ରାଜ୍ୟର ମୁଖ୍ୟ ସଚିବ, ସବୁ ମନ୍ତ୍ରଣାଳୟ ଓ ବିଭାଗର ସଚିବଙ୍କୁ ଲେଖାଯାଇଛି। କେନ୍ଦ୍ରର କହିବା ଅନୁସାରେ, ଯଦି ଯୁବକମାନେ ଠିକ୍ ରାସ୍ତାରେ ଆସନ୍ତି, ତେବେ ଆତଙ୍କବାଦ ନିଜକୁ ନିଜେ ଶେଷ ହୋଇଯିବ। ପତ୍ରରେ ଲେଖାଯାଇଛି, ଏହି ଦିନକୁ ପାଳନ କରିବାର ଉଦେଶ୍ୟ ହେଉଛି ଯୁବପୀଢି, ଆତଙ୍କବାଦ ଓ ହିଂସାକୁ ଦୂର କରିବ। ଏହାଛଡା ତାଙ୍କୁ କୁହାଯିବ ଯେ, ତାଙ୍କର ଗୋଟିଏ ଭୁଲ କେଉଁଭଳି ଭାବରେ ଜାତୀୟ ସମସ୍ୟା ହୋଇପାରେ। ପତ୍ରରେ ଲେଖା ହୋଇଛି ସମସ୍ତ କାର‌୍ୟ୍ୟାଳୟ, ସାର୍ବଜନୀକ କ୍ଷେତ୍ରରେ ଆତଙ୍କବାଦ ବିରୋଧୀ ଶପଥ ମଧ୍ୟ ଦିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking