30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ୨ ସପ୍ତାହ ପରେ ଶ୍ରୀଲଙ୍କାରୁ କର୍ଫ୍ୟୁ ହଟିଲା

୨ ସପ୍ତାହ ପରେ ଶ୍ରୀଲଙ୍କାରୁ କର୍ଫ୍ୟୁ ହଟିଲା

କଲମ୍ବୋ : ଦୀର୍ଘ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଦେଶରୁ କର୍ଫ୍ୟୁ ହଟାଇ ଦେଇଛନ୍ତି । ସରକାର ବିରୋଧୀ ବିକ୍ଷୋଭ ଏବଂ ବିକ୍ଷୋଭକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଚଳିତମାସ ୭ରେ ଦେଶରେ ଦ୍ୱିତୀୟ ଥର ପାଇଁ କର୍ଫ୍ୟୁ ଲାଗୁ କରିଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିରେ କିଛିଟା ଉନ୍ନତି ଘଟିଥିବାରୁ ଶୁକ୍ରବାର ମଧ୍ୟରାତ୍ରୀରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି । ସୂଚନାଯୋଗ୍ୟ କର୍ଫ୍ୟୁ ସମୟରେ ସେନା ଓ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିଲା । ଏପରିକି ବିକ୍ଷୋଭକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking