28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୧ଟି ରାଷ୍ଟ୍ରକୁ ବ୍ୟାପିଲା ମଙ୍କିପକ୍ସ

୧୧ଟି ରାଷ୍ଟ୍ରକୁ ବ୍ୟାପିଲା ମଙ୍କିପକ୍ସ

ଜେନିଭା : ଆତଙ୍କ ସୃଷ୍ଟି କରିଥିବା ମଙ୍କିପକ୍ସ ସଂକ୍ରମଣ ଇତିମଧ୍ୟରେ ବିଶ୍ୱର ୧୧ଟି ରାଷ୍ଟ୍ରକୁ ବ୍ୟାପିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା କୁହାଯାଇଛି । ପରୀକ୍ଷା କରାଗଲେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ମଧ୍ୟ ହୁ ପକ୍ଷରୁ କୁହାଯାଇଛି ।

ଆଫ୍ରିକା ମହାଦେଶର ମାଙ୍କଡରୁ ଏହି ରୋଗ ସଂକ୍ରମିତ ହୋଇଥିବା ଜଣାପଡିଛି । ସମଗ୍ର ବିଶ୍ୱ ଏପର୍ଯ୍ୟନ୍ତ କରୋନା କବଳରୁ ମୁକ୍ତ ହୋଇନଥିବାବେଳେଽର୍ତ୍ତମାନ ମଙ୍କିପକ୍ସ ଆତଙ୍କ ଲୋକଙ୍କୁ ଚିନ୍ତାଗ୍ରସ୍ତ କରିଛି । ୟୁରୋପୀୟ ରାଷ୍ଟ୍ର ସ୍ପେନରେ ସର୍ବାଧିକ ୩୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ପର୍ତ୍ତୁଗାଲରେ ୨୩, ବ୍ରିଟେନରେ ୨୦ ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାବ୍ୟତୀତ ଜର୍ମାନୀ, ଇଟାଲୀ, କାନାଡା, ନେଦରଲାଣ୍ଡ୍‌ସ, ବେଲଜିୟମ, ଆମେରିକା ଓ ଇସ୍ରାଏଲରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking