30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶଆସାମ ବନ୍ୟାରେ ୮ ଲକ୍ଷ ପ୍ରଭାବିତ : ରେଳଧାରଣାରେ ଆଶ୍ରୟ ନେଇଛନ୍ତି ୫୦୦ ପରିବାର

ଆସାମ ବନ୍ୟାରେ ୮ ଲକ୍ଷ ପ୍ରଭାବିତ : ରେଳଧାରଣାରେ ଆଶ୍ରୟ ନେଇଛନ୍ତି ୫୦୦ ପରିବାର

ଗୁଆହାଟୀ : ଆସାମର ବିଭିନ୍ନ ଜିଲ୍ଲାରେ ବନ୍ୟାର ପ୍ରକୋପ ଜଟିଳ ରୂପ ଧାରଣ କରିଛି । ବନ୍ୟା ବିଭୀଷିକା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ୨୯ଟି ଜିଲ୍ଲା ଅନ୍ତର୍ଗତ ୨୫୮୫ଟି ଗ୍ରାମରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀଭାବେ କୁହାଯାଇଛି । ଯମୁନାମୁଖ ଜିଲ୍ଲାର ୨ଟି ଗ୍ରାମରେ ଅବସ୍ଥା ଶୋଚନୀୟ ହୋଇପଡିଛି । ଘରଦ୍ୱାର ଭାସିଯାଇଥିବାବେଳେ ୫୦୦ ପରିବାର ବିଗତ ପାଞ୍ଚଦିନ ଧରି ରେଳଧାରଣା ଉପରେ ଆଶ୍ରୟ ନେଇଛନ୍ତି । ସରକାରଙ୍କ ପକ୍ଷରୁ ମିଳିଥିବା ତମ୍ଭୁରେ ଅସ୍ଥାୟୀ ଘର ନିର୍ମାଣ କରିଥିବାବେଳେ ସେମାନଙ୍କୁ ପାନୀୟଜଳର ଘୋର ଅଭାବ ଭୋଗିବାକୁ ପଡୁଛି । ବିଦ୍ୟୁତ ଲାଇନ୍ ନଥିବାରୁ ରାତିରେ ଅବସ୍ଥା ସଙ୍ଗୀନ ହୋଇପଡୁଛି । ଏପରିକି ଖାଦ୍ୟ ମିଳୁନଥିବାରୁ ଆଶ୍ରୟ ନେଇଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବନ୍ୟା ଯୋଗୁଁ ଏହି ଜିଲ୍ଲାଗୁଡିକରେ ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଛି । ବନ୍ୟାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିିଥିବାବେଳେ ୮୬ ହଜାରରୁ ଅଧିକ ଲୋକ ବିଭିନ୍ନ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସେନା, ଅର୍ଦ୍ଧସାମରିକ ଯବାନ, ଏନ୍‌ଡିଆରଏଫ୍ ଓ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking