40.1 C
Bhubaneswar
Tuesday, April 30, 2024
Homeଓଡିଶାବାଇକକୁ ପିଟିଲା କାର୍ : ସ୍ୱାମୀ ମୃତ ଓ ସ୍ତ୍ରୀ ନଦୀରେ ପଡ଼ି ନିଖୋଜ

ବାଇକକୁ ପିଟିଲା କାର୍ : ସ୍ୱାମୀ ମୃତ ଓ ସ୍ତ୍ରୀ ନଦୀରେ ପଡ଼ି ନିଖୋଜ

ବୌଦ୍ଧ : ମହାନଦୀ ସେତୁ ଉପରେ ବାଇକକୁ ପିଟିଲା କାର। ନଦୀରେ ପଡିଗଲେ ମହିଳା। ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ମହିଳା ନିଖୋଜ ହୋଇ ଯାଇଛନ୍ତି। ସେ ଛିଟ୍‌କି ପଡି ନଦୀରେ ଖସି ପଡିଥିବା ସୂଚନା ମିଳିଛି। ତାଙ୍କୁ ନଦୀରୁ ଖୋଜିବା ପାଇଁ ଗତକାଲି ରାତିରୁ ପୋଲିସ ଓ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ଟୁନା ଦଳ ବେହେରା ତାଙ୍କ ସ୍ତ୍ରୀ ମାମି ସାହୁଙ୍କ ସହ ବାଇକରେ କିଆକଟା ପଟୁ ଆସୁଥିବା ବେଳେ ବୌଦ୍ଧ ପଟୁ ଯାଉଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ଟୁନାଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking