33.1 C
Bhubaneswar
Thursday, April 25, 2024
Homeଓଡିଶାମୁଣ୍ଡାଯୋରରେ ଚାଷୀଙ୍କୁ କୀଟନାଶକ ଔଷଧ ପ୍ରଦାନ, ୯ ଚାଷୀ ସମ୍ବର୍ଦ୍ଧିତ

ମୁଣ୍ଡାଯୋରରେ ଚାଷୀଙ୍କୁ କୀଟନାଶକ ଔଷଧ ପ୍ରଦାନ, ୯ ଚାଷୀ ସମ୍ବର୍ଦ୍ଧିତ

ରାଉରକେଲା : ଆଜି ରବିବାର ଲାଠିକଟା ବ୍ଲକ ଅନ୍ତର୍ଗତ ମୁଣ୍ଡାଯୋର ଗ୍ରାମର ଲକ୍ଷ୍ମୀ ମଣ୍ଡପ ଠାରେ ଚାଷୀ ଡମ୍ବରୁ ସିଂଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମରେ ବସବାସ କରୁଥିବା ଚାଷୀମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇ ତା’ର ପ୍ରତିକାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାଜକିଶୋର ଭଂଜ, ସମ୍ମାନିତ ଅତିଥି ଭାବେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଯୋଗ ଦେଇଥିଲେ ।

ଏହି ଅବସରରେ ୫୦ ଜଣ ଚାଷୀଙ୍କୁ ନିଶୁକ୍ଲ ଭାବେ କୀଟନାଶକ ଔଷଧ ରାଜକିଶୋର ଭଂଜ ପ୍ରଦାନ କରିଥିଲେ । ଅଭାବ, ଅନାଟନରେ କାଳ କାଟୁଥିବା ଏହି ଅଂଚଳର ଚାଷୀ ମାନଙ୍କ ଚାଷ କାର୍ଯ୍ୟରେ ଏହା ସହାୟକ ହୋଇ ପାରିବ ବୋଲି ଶ୍ରୀ ଭଂଜ ପ୍ରକାଶ କରିଥିଲେ । ଚାଷ କାର୍ଯ୍ୟରେ ବିଭିନ୍ନ ପ୍ରକାର ବିଷାକ୍ତ କୀଟ ବର୍ଷର ଅନେକ ସମୟରେ ଫସଲକୁ ନଷ୍ଟ କରି ଦିଅନ୍ତି, ଫଳସ୍ୱରୂପ ଚାଷୀ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ, ମାତ୍ର କୀଟନାଶକ ଔଷଧ ସେହି ସମୟରେସଠିକ ମାତ୍ରାରେ ପ୍ରୟୋଗ କଲେ କୀଟ ଦାଉରୁ ଫସଲକୁ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ଭଂଜ ଚାଷୀ ମାନଙ୍କୁ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି ଅବସରରେ ୯ଜଣ ଚାଷୀ ଘନଶ୍ୟାମ ସିଂ, ଦେଓନାଥ ସିଂ,ନନ୍ଦଲାଲ ସିଂ, ଚକ୍ରଧର ସିଂ, ରଘୁନାଥ ସିଂ, ଖେଦୁ ସିଂ, କାହ୍ନୁଚରଣ
ସିଂ, ବିଶ୍ୱମ୍ବର ସିଂ ପଲଟୁ ସିଂଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧତ କରାଯାଇଥିଲା । ଚାଷୀ ମଙ୍ଗରୁ ସିଂ ମଂଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ଡମ୍ବରୁ ସିଂ, କୁଳମଣି ସିଂ, ରଘୁ ସିଂ ଓ ଅନ୍ୟ ଚାଷୀ ମାନେ ଯୋଗ ଦେଇ ସକ୍ରୀୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking