31.1 C
Bhubaneswar
Wednesday, May 1, 2024
Homeଅପରାଧବାପା କୋଳରେ ମଥା ରଖି ଜୀବନ ହାରିଲା ପୁଅ

ବାପା କୋଳରେ ମଥା ରଖି ଜୀବନ ହାରିଲା ପୁଅ

ଫରିଦାବାଦ : ବ୍ୟାଟେରୀ ଚୋରି ସନ୍ଦେହରେ ବର୍ବରତା । ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ବାପା କୋଳରେ ମଥା ରଖି ଜୀବନ ହାରିଲା ପୁଅ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅକୁ ବଞ୍ଚାଇପାରିଲେନି ବାପା । ଦୁଇ ଦିନ ପୂର୍ବରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଜେସର ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି ଯୋଗେଶ ଏବଂ ପଙ୍କଜ, ଉଭୟ ଫରିଦାବାଦର ମୁଜେସର ଗାଁର ବାସିନ୍ଦା । ସୂଚନା ଅନୁଯାୟୀ, ମୃତ ଦୀପକ ମୁଜେସରର ସେକ୍ଟର -୭ ସ୍ଥିତ ଇନ୍ଦିରା କଲୋନୀ ବାସିନ୍ଦା । ଦୀପକ ବାପାମା’ ଓ ଭାଇଙ୍କ ସହ ରହୁଥିଲେ ।

ସେପ୍ଟେମ୍ବର ୩୦ ମଧ୍ୟାହ୍ନ ସମୟରେ ବଜାର ଆଡ଼କୁ ଯାଉଥିବା ବେଳେ ଅଟୋ ବ୍ୟାଟେରୀ ଚୋରି ଅଭିଯୋଗରେ ଦୀପକଙ୍କୁ ଦୁଇ ଜଣ ଆକ୍ରମଣ କରିଥିଲେ । ଏସମ୍ପର୍କରେ ଜାଣିବା ପରେ ପୁଅକୁ ଖୋଜିବା ପାଇଁ ବାହାରି ଯାଇଥିଲେ ମୃତକଙ୍କ ବାପା । ହେଲେ ଖୋଜିଲେ ବି ପୁଅକୁ କେଉଁଠି ପାଇନଥିଲେ । ସନ୍ଧ୍ୟା ସାଢ଼େ ୫ଟାରେ ସମୟରେ ଦୀପକ ରେଳ ଲାଇନ ନିକଟ ମେସିନ୍ ମାର୍କେଟ ପଛରେ ପଡ଼ିଥିବା କଥା କହି ଆସିଥିଲା । ସେତେବେଳେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ ଦୀପକ୍ । ତେବେ ତାଙ୍କ ବାପା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଯୋଗେଶ ଏବଂ ପଙ୍କଜ ତାଙ୍କୁ ବାଡ଼ିରେ ପିଟି ପିଟି ମାରିଦେଇଥିବା କଥା କହିଥିଲେ । ଦୀପକଙ୍କ ବାପା ତୁରନ୍ତ ଡାକ୍ତରଖାନା ନେବାପାଇଁ ବ୍ୟବସ୍ଥା କରୁ କରୁ ସେ ଘଟଣାସ୍ଥଳରେ ଜୀବନ ହାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking