ବଲାଙ୍ଗିର: ବଲାଙ୍ଗିର ରେ କୋଭିଡ ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ବଲାଙ୍ଗିର ବଣିକ ସଂଘ କରୋନା ନିୟନ୍ତ୍ରଣ କମିଟି ଗଠନ କରି ବଲାଙ୍ଗିର ର ସମସ୍ତ ଦୋକାନ ବଜାର ଆସନ୍ତା ୧ ତାରିଖ ସୁଦ୍ଧା ବନ୍ଦ କରିବା ପାଇଁ ଡାକରା ଦେଇଛି । ଅନ୍ୟ ପଟେ ବଲାଙ୍ଗିର ବଣିକ ସଂଘ ସାଧାରଣ ସଂପାଦକ ବଳରାମ ଅଗ୍ରବାଲଙ୍କ ଦୋକାନ ରୋଶନୀ ଇଲେକକ୍ଟ୍ରିକାଲ୍ସ ଅଧା ଖୋଲା ଥିବା ଏକ ଫଟୋ ଚିତ୍ର ଆଜି ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି । ଏହି ଫଟୋରେ ଦୋକାନ ଅଧା ଖୋଲା କରି ଗ୍ରାହକଙ୍କୁ ସାମାନ ଦେଉଥିବା ଦେଖା ଯାଉଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ବଲାଙ୍ଗିର ବ୍ୟବସାୟୀ ମହଲରେ ଦୃଢ ଅସୋନ୍ତୋଷ ଦେଖା ଦେଇଛି । ଅନ୍ ଲକ୍ ୪ ସମୟରେ ମଧ୍ୟ ସଂଘର ଡାକରା ରେ ବାଧ୍ୟ ହୋଇ ନିଜ ଦୋକାନ ବନ୍ଦ କରିଥିବା କିଛି ଦୋକାନି ଏହାକୁ ତିବ୍ର ନିନ୍ଦା କରିବା ସହ ବଲାଙ୍ଗିରବାସୀଙ୍କୁ ବଣିକ ସଂଘ କଣ ଭୁଆଁ ବୁଲାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ଏ ସଂପର୍କରେ ବଳରାମ ଅଗ୍ରବାଲଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନଥିବା ବେଳେ ତାଙ୍କର ମତ ମିଳି ପାରି ନାହିଁ ।
ପ୍ରକାଶ ଯୋଗ୍ୟ ଯେ, ଗତ ୨୪ ତାରିଖରେ ଜିଲ୍ଲା ବଣିକ ସଂଘ ବଲାଙ୍ଗିର ରେ କରୋନା ମୁକାବିଲା ପାଇଁ ଏକ ସର୍ବଦଳିୟ ସଭା ର ଡାକରା ଦେଇଥିଲା । ଏହି ସଭାରେ ସଂକ୍ରମଣ ର ଶୃଙ୍ଖଳ ଭାଙ୍ଗିବା ପାଇଁ ସର୍ବସମ୍ମତି କ୍ରମେ ୨୫ ତାରିଖରୁ ଆସନ୍ତା ମାସ ୧ ତାରିଖ ପଯ୍ୟନ୍ତ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ କରିବାର ନିଷ୍ପତ୍ତି ପ୍ରକାଶ ପାଇଥିଲ।। ଏହି ଡାକରା କ୍ରମେ ସହରର ବିଭିନ୍ନ ବ୍ୟବସାୟୀ ଅନିଚ୍ଛା ସତ୍ୱେ ତାଙ୍କର ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ଯେଉଁ ଦୋକାନି ମାନେ ଡାକରାକୁ ଗ୍ରହଣ ନକରି ମାନେ ଦୋକାନ ଖୋଲୁ ଥିଲେ ତାଙ୍କୁ ସଂଘ ତରଫରୁ ପିକେଟିଂ କରି ଦୋକାନ ବନ୍ଦ କରିବାକୁ ବାଧ୍ୟ କରାଯାଉଥିବା ଅଭୀଯୋଗ ହୋଇ ଆସୁଥିଲ।। ତେବେ ଆଜି ଖୋଦ ସଂଘର ସାଧାରଣ ସଂପାଦକ ନିଜ ଦୋକାନ ଅଧା ଖୋଲା ଯାଇ ସାମାନ ବିକ୍ରୟ କରା ଯାଉଥିବା ଫଟୋ ଭାଇରାଲ ହେବା ପରେ ବଣିକ ସଂଘର ପ୍ରକୃତ ମାନସିକତା ଓ ଅସଲ ଚେହେରା ସର୍ବ ସମ୍ମୁଖକୁ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।