32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗପୁଣି ବିଜୟ ମାଲ୍ୟା ଙ୍କୁ ଝଟକା

ପୁଣି ବିଜୟ ମାଲ୍ୟା ଙ୍କୁ ଝଟକା

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ରିଭ୍ୟୁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବ୍ୟାଙ୍କ ଋଣ ନ ସୁଝି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର ସ୍ଥାନାନ୍ତର କରିଥିବା ଅବମାନନା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ୨୭ ଅଗଷ୍ଟରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷଣ କରିଥିଲେ। ବିଜୟ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ଟଙ୍କା ତାଙ୍କ ପୁଅର ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ମଇ ୨୦୧୭ ରେ କୋର୍ଟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ଆବେଦନ କରିଥିଲେ। ଚଳିତ ବର୍ଷ ଜୁନ୍ ୧୬ ରେ ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଏକ ବେଞ୍ଚ ଦର୍ଶାଇଥିଲେ ଯେ ରେକର୍ଡ ଅନୁଯାୟୀ ତିନି ବର୍ଷ ପାଇଁ କୋର୍ଟରେ ଏହି ପୁନଃ ବିଚାର ମାମଲାର ଶୁଣାଣି ହୋଇନାହିଁ।

ତେବେ ଏହା ପରେ ବେଞ୍ଚ ବିଳମ୍ବ ପାଇଁ କୋର୍ଟ ରେଜିଷ୍ଟ୍ରିରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ ସମୀକ୍ଷା ଆବେଦନ ଉପରେ ବିଚାର କରାଯାଇଥିଲା ଏବଂ ଅଗଷ୍ଟ ୨୭ ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଜଷ୍ଟିସ ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଭିନେଟ ସରନଙ୍କ ଦ୍ୱାରା ଗଠିତ ବେଞ୍ଚ ସୋମବାର ଦିନ ଏହି ରାୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking