25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଆୟୁଷ୍ମାନ ଭାରତ ଯୋଜନା ସହ ଥିବା ଡାକ୍ତର ଖାନାକୁ ମିଳିବ ଷ୍ଟାର ରେଟିଂ

ଆୟୁଷ୍ମାନ ଭାରତ ଯୋଜନା ସହ ଥିବା ଡାକ୍ତର ଖାନାକୁ ମିଳିବ ଷ୍ଟାର ରେଟିଂ

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଯୋଜନା ସହ ସାମିଲ ଥିବା ଡାକ୍ତରଖାନାକୁ ମିଳିବ ଷ୍ଟାର ରେଟିଙ୍ଗ । ଦେଶରେ ପ୍ରଥମ ଥର ପାଇଁ ଏମିତି ଷ୍ଟାର ରେଟିଂ କରାଯିବ । ତେବେ ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟ ସୁବିଧା ସ୍ତରରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏନଏଚଏ  ରିପୋର୍ଟ ଅନୁସାରେ  ଏହି ବ୍ୟବସ୍ଥା ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିବ ଏବଂ ଡାକ୍ତରଖାନାର ଅବସ୍ଥା ମଧ୍ୟ ସୁଦୃଢ ହେବ। ଏହି ଡାକ୍ତରଖାନାଗୁଡ଼ିକୁ ରେଟିଂ ଦେବା ପାଇଁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ୬ଟି କ୍ଷେତ୍ରକୁ ବିଚାରକୁ ନିଆଯିବ । ଏଥିରେ ପ୍ରଭାବ, ସମୟ, ନିରାପତ୍ତା, ରୋଗୀର ଧ୍ୟାନ, ଦକ୍ଷତା ଏବଂ ଯଥାର୍ଥତା ଅନ୍ତର୍ଭୁକ୍ତ। ସେମାନଙ୍କର ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଏବଂ ସେବା ଉପରେ ଆଧାର କରି ଡାକ୍ତରଖାନାଗୁଡ଼ିକୁ ମୂଲ୍ୟାୟନ କରାଯିବ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନା ସହ ସାମିଲ ଡାକ୍ତରଖାନାଗୁଡ଼ିକର ତାରକା ମୂଲ୍ୟାୟନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking