29.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗନିଟ୍ ଓ ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍

ନିଟ୍ ଓ ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍

ଭୁବନେଶ୍ୱର: ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ସୁବିଧା ଯୋଗଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଏଯାଏଁ ପରୀକ୍ଷା କେନ୍ଦ୍ରକୁ ଆସିଥିବା ସବୁ ପରୀକ୍ଷାର୍ଥୀଙ୍କୁ ସୁବିଧା ମିଳିଛି । ଏହାସହ ହଷ୍ଟେଲ ଯୋଗାଇଥିବାରୁ ଇଞ୍ଜିନିୟରିଂ କଲେଜକୁ ଅସିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ରାଜ୍ୟର ୨୬ଟି କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର, ଢ଼େଙ୍କାନାଳ, ବାଲେଶ୍ୱରରେ ପରୀକ୍ଷା କେନ୍ଦ୍ର ହୋଇଛି । ଜେଇଇ ଓ ନିଟ୍ ସୁପରିଚାଳନା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର, ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଛି । ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ ନିରୀକ୍ଷକ ରହିବେ । ଏହାଛଡା ପିଲାଙ୍କ ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ । ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ । କେନ୍ଦ୍ର ବାହାରେ ଭିଡ ଏଡାଇବାକୁ ମାଇକ ଯୋଗେଁ ସଚେତନ କରାଯିବ । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବି କରାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ଭିତରେ, ବାହାରେ ଓ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୋଲିସ ରହିବେ । ପିଲାଙ୍କ ଯିବା ଆସିବା ସୁବିଧା ପାଇଁ କେନ୍ଦ୍ର ବାହାରେ ଅଟୋ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking