39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁର୍ଗାପୂଜା ଆୟୋଜନକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ବୈଠକ ହୋଇଥିବା ସୂଚନା ମିଳିଛି । କୋଭିଡ ନିୟମ ମାନି ପୂଜା କିଭଳି ହେବ ସେ ନେଇ ଆୟୋଜିତ ବୈଠକରେ ଆଲୋଚନା କରାଯାଇଛି । ଅତିରିକ୍ତ ସିପିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଛନ୍ତି । ତେବେ ଏହା ପୂର୍ବରୁ କଟକ ସହରରେ ମଧ୍ୟ ଚଳିତ ଥର ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ପରେ କଟକ ଜିଲ୍ଲାପାଳ ଦୁର୍ଗାପୂଜା ପାଇଁ ଅନୁମତି ଦେଇଛନ୍ତି । ମାତ୍ର ସର୍ବସାଧାରଣଙ୍କ ପାଇଁ ନୁହେଁ । କେବଳ ମଣ୍ଡପରେ ମାଙ୍କ ମୂର୍ତ୍ତି ସହ ପରଦା ଟମା ହୋଇ ପୂଜା ହେବ ବୋଲି ଅନୁମତି ମିଳିଛି । ହେଲେ ଭୁବନେଶ୍ୱରରେ କିବଳି ପୂଜା ଆୟୋଜନ କରାଯିବ , ସେ ନେଇ ଆଲୋଚନା ପରେ ସ୍ପଷ୍ଟ ଭାବରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking