30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକେଲୁଅ ନଦୀରେ ଘାଇ : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟାର୍ଗେଟ

କେଲୁଅ ନଦୀରେ ଘାଇ : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବଷର୍ର ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ଏଥିରୁ ବାଦ ପଡ଼ିନାହିଁ ।
ଯାଜପୁର କେଲୁଅ ନଦୀରେ ଘାଇ ସୃଷ୍ଟି ଘଟଣାରେ ବିଜେପି ତରଫରୁ ଏକ ସାମ୍ବଦିକ ସମ୍ମିଳନୀ କରାଯାଇଛି । ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲେଖାଶ୍ରୀ ସାମନ୍ତସିଂହାର ଟାର୍ଗେଟ କରିଛନ୍ତି ।

ଡାଇନାମାଇଟ୍ ଲଗାଇ ୩୦୦ଫୁଟର ଘାଇ ସୃଷ୍ଟି କରାଯାଇଛି । ଏଥିରେ ବିଧାୟକ ଏବଂ ତାଙ୍କ ମାମୁଁ ସଂପୃକ୍ତ ବୋଲି ଲେଖାଶ୍ରୀ କହିଛନ୍ତି । ତେବେ ଏହି ସଂପର୍କକୁ ସେ ମହାଭାରତର ମାମୁଁ ଭଣଜା ଯୋଡ଼ି ସହ ତୁଳନା କରିଛନ୍ତି । ଘାଇ ସୃଷ୍ଟି ହେବା ଦ୍ୱାରା ପ୍ରାୟ ୫ ହଜାର ପରିବାର ପାଣିରେ ଉବଟୁବୁ ହେଉଛନ୍ତି । ତୁରନ୍ତ ଏହାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛନ୍ତି ଲେଖାଶ୍ରୀ ।

ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଣି ମାଡ଼ି ଆସିବା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ସୃଷ୍ଟି ହୋଇଛି। ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking