ନିଆଳି : ନିଆଳିର ୫ ପଂଚାୟତ ସଟ୍ଡାଉନ୍ । ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ଟି ପଂଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟ୍ଡାଉନ୍ । ନିଆଳି, ନୂଆଗାଁ’, ବାହାରଣା, ମାଧବ ଓ ରତନପୁର ପଂଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସଟ୍ଡାଉନ୍ ଘୋଷଣା କରିଛନ୍ତି ୫ଟି ପଂଚାୟତର ସରପଂଚ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ।