34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ‘ହୁ’ର ଚେତାବନୀ : ଅଧିକ ଗମ୍ଭୀର ହେବ କରୋନା ସଙ୍କଟ

‘ହୁ’ର ଚେତାବନୀ : ଅଧିକ ଗମ୍ଭୀର ହେବ କରୋନା ସଙ୍କଟ

ନୂଆଦିଲ୍ଲୀ : ନୂତନ କରୋନା ଭୂତାଣୁ ମହାମାରୀ ନେଇ ଯଦି ବିଭିନ୍ନ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକରନ୍ତି ତେବେ ସମଗ୍ର ବିଶ୍ୱରେ ଏହା ଭୟାନକ ଭାବେ‌​‌ ବୃଦ୍ଧି ପାଇବ ଓ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇଛି। ‘ହୁ’ ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଘେବ୍ରେୟସ୍ ଜେନେଭାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରୁ ଏକ ଭର୍ଚୁଆଲ୍ ସଂକ୍ଷିପ୍ତ ସୂଚନା ଦେଇ କହିଛନ୍ତି, “ମୋତେ ସ୍ପଷ୍ଟ ଭାବେ ଦେଖାଯାଉଛି, ବହୁତ ଦେଶ ଭୁଲ ଦିଗକୁ ଯାଉଛନ୍ତି, ତେଣୁ ଏହି ଭୂତାଣୁ ସର୍ବସାଧାରଣଙ୍କ ଏକ ନମ୍ବର ଶତ୍ରୁ ହେବାକୁ ଯାଉଛି। ଯଦି ମୌଳିକ ନିୟମ ବା କଟକଣା ପାଳନ କରାଯାଏ ନଯାଏ, ତେବେ ଏକମାତ୍ର ଦିଗ ଭାବେ ଏହି ମହାମାରୀର ଦିନକୁ ଦିନ ଖରାପ, ଅତି ଖରାପ ପରିସ୍ଥିତି ଆଡକୁ ଯିବ। ରଏଟର୍ସ ଅନୁଯାୟୀ ବିଶ୍ବରେ କରୋନ ସଂକ୍ରମଣ ୧କୋଟି ୩୧ ଲକ୍ଷରେ ପହଞ୍ଚିଛି, ଯେଉଁଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking