32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ

ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ

ବିଶାଖାପାଟନମ୍ : ବିଶାଖାପାଟନମର ପାର୍ବଡା ସ୍ଥିତ ଫାର୍ମା ସିଟିରେ ଏକ ଔଷଧ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଯାହା ଫଳରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାର୍ବଡା ଅଞ୍ଚଳର ଜବାହରଲାଲ ନେହେରୁ ଫାର୍ମା ସିଟିରେ ଥିବା ରାଙ୍କି ସିଇଟିପି ସଲଭେଣ୍ଟସ୍ ପ୍ଲାଣ୍ଟର ଏକ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୭ଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଯାହାକୁ ଏକ କିଲୋମିଟରରୁ ଅଧିକ ଦୂରରୁ ଦେଖିହେଉଥିଲା। ଫାର୍ମା ସିଟିରେ ଥିବା ରାସାୟନିକ ଉତ୍ପାଦନକାରୀ ବିଶାଖା ସଲଭେଣ୍ଟସ୍ ଲିମିଟେଡରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଖବର ଅନୁଯାୟୀ ନିଆଁ ରିଆକ୍ଟରରୁ ଆରମ୍ଭ ହୋଇ ପ୍ଲାଣ୍ଟର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା। ତେବେ ଏହି ଘଟଣାରେ କୌଣସି ଜୀବନହାନି ଘଟି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking