30.1 C
Bhubaneswar
Wednesday, May 1, 2024
Homeଓଡିଶାଆଉ ୭ କରୋନା ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

ଆଉ ୭ କରୋନା ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

ଭୁବନେଶ୍ୱର (ଓଏନଏ): ଓଡ଼ିଶାରେ ଆଉ ୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ଆଜି ନୂଆ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ ଓ ୩ ଜଣ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ନୂଆ ୩ଟି ଆକ୍ରଆନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ଅଂଚଳର ହୋଇଥିବା ବେଳେ ଜଣେ ବନ୍ତ ଅଂଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭଦ୍ରଦକ ଜିଲ୍ଲାରେ ୫ଟି ବ୍ଲକର ୧୮ଟି ପଂଚାୟତ ଏବଂ ୭୯ଟି ଗାଁକୁକ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ଚାନ୍ଦବାଲି ବ୍ଲକର ସମସ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିବା ସୂଚନା ମିଳିଛି । ସେହିପରି ସୁନ୍ଦରଗଡ଼ ଅଂଚଳ ଜିଲ୍ଲାରେ ନୂଆ ୪ ଜଣ ଆକ୍ରାନ୍ତ ବାହାରିଛନ୍ତି । ସୁନ୍ଦରଗଡ଼ରେ ଏହାକୁ ମିଶାଇ ମୋଟ ୧୦ଜଣ ଆକ୍ରାନ୍ତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨୬ହଜାର ୬୮୭ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୧୧୮ଜଣଙ୍କର ପଜେଟିଭ୍ ବାହାରିଛି । ଏଥିମଧ୍ୟରୁ ୩୭ଜଣ ସୁସ୍ଥ ହୋଇ ଫେରିଥିôବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୮୦ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/04/27/one-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking