34.1 C
Bhubaneswar
Friday, March 29, 2024
Homeଓଡିଶାନିଜ ଖର୍ଚ୍ଚରେ ବସ୍ ଯୋଗେ ସୁରଟରୁ ଆସୁଛନ୍ତି ଓଡ଼ିଆ ଶ୍ରମିକ

ନିଜ ଖର୍ଚ୍ଚରେ ବସ୍ ଯୋଗେ ସୁରଟରୁ ଆସୁଛନ୍ତି ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ଓଏନଏ): କରୋନା ଲକଡାଉନ ଯୋଗୁ ବାହାର ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତୀ, ରୋଗୀ ଫସି ରହିଛନ୍ତି । ଏମାନଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ଏହା ଭିତରେ ଚେନ୍ନାଇରୁ କିଛି ମତ୍ସ୍ୟଜୀବୀ ସମୂଦ୍ର ପଥ ଦେଇ ଆସି ଗଞ୍ଜାମରେ ପହଂଚିଛନ୍ତି ।
ଯାହା ଜଣାପଡ଼ିଛି ଗତକାଲି ଗୁଜରାଟର ସୁରଟରୁ ୫ଟି ବସ୍‌ରେ ୨୫୦ ଜଣ ଯାତ୍ରୀ ଓଡ଼ିଆ ଆସୁଛନ୍ତି । ସେମାନେ ନିଜ ଖର୍ଚ୍ଚରେ ଆସୁଥିବା ଜଣାପଡ଼ିଛି । ଗୋଟିଏ ବସ୍‌ରେ ୫୦ ଜଣ ଯାତ୍ରୀ ବସିଆସୁଥିବା ବେଳେ ପ୍ରତି ଯାତ୍ରୀଙ୍କ ପିଛା ବସ୍ ଭଡ଼ା ୩୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି । ସୁରଟରେ ରହୁଥିବା ଗଂଜାମ ଶ୍ରମିକମାନେ ପରସ୍ପର ସହ କଥା ହୋଇ ନିଜ ଖର୍ଚ୍ଚରେ ବସ୍‌ଯୋଗେ ଘରକୁ ଆସିବେ ବୋଲି ଯୋଜନା କରିଥିଲେ । ଏନେଇ ସେମାନେ ସ୍ଥାନୀୟ ସାଂସସଦଙ୍କ ସହ ଯୋଗାଗ କରି ଏବଂ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣି ଆସୁଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking