29.1 C
Bhubaneswar
Wednesday, May 1, 2024
Homeରାଶିଫଳସାପ୍ତାହିକ ରାଶିଫଳ

ସାପ୍ତାହିକ ରାଶିଫଳ

ମେଷ : ସପ୍ତାହଟି କର୍ମକ୍ଷେତ୍ରରେ ଅବହେଳା ଦେଖାଦେବ । ଶରୀର ସୁସ୍ଥତା ରହିବ । ପ୍ରତିଶ୍ରୁତି ବ୍ୟର୍ଥତାରେ ପରିଣତ ହେବ । ଆୟ ମଧ୍ୟମ ମାତ୍ର ବ୍ୟୟ ବୃଦ୍ଧି ଯୋଗ । ପାରିବାରିକ ଜୀବନ ହର୍ଷ ଉଲ୍ଲାସରେ କଟିବ । ପ୍ରତିକାର ପାଇଁ ପ୍ରତିଦିନ ପିତାମାତାଙ୍କୁ ପ୍ରଣାମ କରନ୍ତୁ ଶୁଭ ହେବ ।
ବୃଷ : ସପ୍ତାହଟି ସବୁକ୍ଷେତ୍ରରେ ସଫଳ ହେବ । ଅର୍ଥ ଓ ଦ୍ରବ୍ୟ ଲାଭ ଯୋଗ ରହିଛି । ପ୍ରତିଯୋଗୀତାରେ ବିଜୟୀ ହେବେ । ପାରିବାରିକ ଜୀବନ ପ୍ରାଚୁର୍ଯ୍ୟ ପୂର୍ଣ୍ଣ ହେବ । ଚାକିରୀରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିକାର ପାଇଁ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଶୁଭ ହେବ ।
ମିଥୁନ : ସପ୍ତାହଟି ଫଳ ଶୁଭ ନୁହେଁ । ଅସ୍ଥିରତା କର୍ମକ୍ଷେତ୍ରରେ ବାଧା ଓ ପ୍ରତିବନ୍ଧକ ଦେଖାଦେବ । କଳହରେ ଜଡ଼ିତ ହୋଇପାରନ୍ତି । ଚୌର ଭୟର ଆଶଙ୍କା କରାଯାଏ । ପତ୍ନୀ ସୁଖରୁ ବଂଚିତ ହେବେ । ପ୍ରତିକାର ପାଇଁ ପ୍ରତିଦିନ ଗଣେଷଙ୍କୁ ପୂଜା କଲେ ଶୁଭ ହେବ ।
କର୍କଟ : ସପ୍ତାହଟି ଆକାଶ ଛୁଆଁ ଖର୍ଚ୍ଚ ହେବ । କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ । ପ୍ରତାରିତ ହୋଇପାରନ୍ତି । ପାରିବାରିକ ଅସନ୍ତୋଷ ଓ ଚାକିରୀରେ ଅସ୍ଥିରତା ଲାଗିରହିବ । ବ୍ୟବସାୟ ମାନ୍ଦାରେ ଚାଲିବ । ପଢ଼ାପଢ଼ିରେ ଅଶାନ୍ତି ବଢ଼ିବ । ପ୍ରତିକାର ପାଇଁ ଦ୍ୱିତୀୟଦିନ ଚନ୍ଦ୍ର ପୂଜା କରନ୍ତୁ ଶୁଭ ହେବ ।
ସିଂହ : ସପ୍ତାହଟି ଆପଣଙ୍କର ଦେହ ଓ ମନ ଆଦୌ ଭଲ ରହିବ ନାହିଁ । ବ୍ୟୟର ସ୍ରୋତ ବଢ଼ି ଚାଲିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ । ବନ୍ଧନ ଯୋଗ ପାରିବାରିକ ଚିନ୍ତା ବୃଦ୍ଧି ହେବ । ଚାକିରୀରେ ସ୍ଥାନାନ୍ତର ହୋଇପାରନ୍ତି । ପ୍ରତିକାର ପାଇଁ ରବିବାର ଦିନ ବେଲଗଛ ମୂଳେ ଜଳଦାନ କରନ୍ତୁ ଶୁଭ ହେବ ।
କନ୍ୟା : ସପ୍ତାହଟି ଆୟ ଉତମ ରହିବ । କର୍ମକ୍ଷେତ୍ରରେ ସାଫଲ୍ୟତା ମିଳିବ । ଶତ୍ରୁମାନେ ପରାଜିତ ହେବେ । ଭ୍ରମଣରେ ଲାଭବାନ ଓ ପାରିବାରିକ ଜୀବନରେ ଉତ୍ସବ ଆନୁଷ୍ଠାନ ସମ୍ମାନିତ ହେବେ । ବିଦ୍ୟାର୍ଥୀମାନଙ୍କର ପଢ଼ାପଢ଼ିରେ ଶୁଭ ହେବ । ପ୍ରତିକାର ପାଇଁ ବୁଧବାରଦିନ ଗଣେଷ ଭଗବାନଙ୍କୁ ପୂଜା କରନ୍ତୁ ଶୁଭ ହେବ ।
ତୁଳା : ସପ୍ତାହଟି ଫଳ ଶୁଭ ନୁହେଁ । ସର୍ବଦା ଅସ୍ଥିର ରହିବେ । କର୍ମକ୍ଷେତ୍ରରେ ବ୍ୟଗ୍ରତା ବୃଦ୍ଧି ପଥଭ୍ରଷ୍ଟ ହୋଇପାରନ୍ତି । ପାରିବାରିକ ବିଦ୍ରୋହ ଓ ଚାକିରୀରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ ସ୍ୱଳ୍ପଲାଭ ମିଳିବ । ପ୍ରତିକାର ପାଇଁ ସବୁଦିନ ଲକ୍ଷ୍ମୀ ମା’ଙ୍କୁ ପୂଜା କରନ୍ତୁ ଶୁଭ ହେବ ।
ବିଛା : ସପ୍ତାହଟି ବହୁଦିନର ଶତ୍ରୁ ପରାଜିତ ହେବେ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ଆୟ ବ୍ୟୟ ଠିକ ରହିବ । ନେତୃତ୍ୱ ପ୍ରାପ୍ତ ଯୋଗ ଅଛି । ପାରିବାରିକ ସୁଖ ମିଳିବ । ଭୂ ସମ୍ପଦ ଲାଭ ଅଛି । ବ୍ୟବସାୟରେ ଲାଭ ମିଳିବ । ଦୂରଯାତ୍ରାରେ ସଫଳ ହେବେ । ପ୍ରତିକାର ପାଇଁ ମଙ୍ଗଳବାର ଦିନ ନାଗାର୍ଜୁନ ଗଛରେ ଜଳଦାନ କରନ୍ତୁ ଶୁଭ ହେବ ।
ଧନୁ : ସପ୍ତାହଟି ଶତ୍ରୁହାନି ଓ ସାଫଲ୍ୟତା ଯୋଗ ଅଛି । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ରାଜନୈତିକ ସାହାଯ୍ୟ ପ୍ରାପ୍ତି ମିଳିବ । ପାରିବାରିକ ସୁଖ ପାଇବେ । ବ୍ୟବସାୟ ଲାଭଦାୟକ ହେବ । ଶିକ୍ଷାରେ ଆଗେଇବେ । ପ୍ରତିକାର ପାଇଁ ଗୁରୁବାର ଦିନ ମା’ଲକ୍ଷ୍ମୀଙ୍କୁ ପୂଜାକଲେ ଶୁଭ ହେବ ।
ମକର : ସପ୍ତାହଟି କର୍ତବ୍ୟରେ ଆଗେଇବେ । ଶିକ୍ଷାରେ ଅଗ୍ରଗତି ଘଟିବ । ଆୟ ମଧ୍ୟମ ଅଟେ । ପ୍ରତିଯୋଗିତାରେ ସଫଳ ହେବେ । ବନ୍ଧୁଲାଭ ଯୋଗ ରହିଛି । ପାରିବାରିକ ସୁଖ ପାଇବେ । ଚାକିରୀରେ ପଦମର୍ଯ୍ୟାଦା ଲାଭ ହେବ । ପ୍ରତିକାର ପାଇଁ ଶନିବାର ଦିନ ଶନିଦେବ ପୂଜା କରନ୍ତୁ ଶୁଭ ହେବ ।
କୁମ୍ଭ : ସପ୍ତାହଟି ଶରୀର ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ସାଫଲ୍ୟତା ଦେଖାଦେବ । ଆୟ ଉତମ ରହିବ । ଭୂମିଲାଭ ଯୋଗ ଅଛି । ଘର ତିଆରି କାମରେ ଆଗେଇବେ । ଚାକିରୀରେ ଆଧିପତ୍ୟ ବଢ଼ିବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ି ଓ ପରୀକ୍ଷାରେ ଆଗୁଆ ହେବେ । ପ୍ରତିକାର ପାଇଁ ହନୁମାନ ଚାଳିଷା ପାଠ କରନ୍ତୁ ଶୁଭ ହେବ ।
ମୀନ : ସପ୍ତାହଟି ମଧ୍ୟମ ଫଳଦାୟକ ହେବ । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ନିର୍ମାଣଧୀନ କାର୍ଯ୍ୟ ଆଗେଇବ । ଶିକ୍ଷାକ୍ଷେତ୍ରରେ ଆଗେଇବେ । ପାରିବାରକ ସୁଖ ମିଳିବ । ବ୍ୟବସାୟରେ ବୃଦ୍ଧି ଓ ଲାଭବାନ ହେବେ । ପ୍ରତିକାର ପାଇଁ ସବୁଦିନ ତୁଳସୀ ଚଉରାମୂଳେ ଜଳ ଅର୍ପଣ କରନ୍ତୁ ଶୁଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking