38.8 C
Bhubaneswar
Friday, April 19, 2024
Homeଓଡିଶାଜୟ ଭୀମ ନାରାରେ କମ୍ପିଲା ବଲାଙ୍ଗୀର : ଭାରତ ବନ୍ଦକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ

ଜୟ ଭୀମ ନାରାରେ କମ୍ପିଲା ବଲାଙ୍ଗୀର : ଭାରତ ବନ୍ଦକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ

ବଲାଙ୍ଗୀର : ଆରକ୍ଷଣ ଏସସି, ଏସଟି ଓ ଓବିସିଙ୍କ ମୌଳିକ ଅଧିକାର ନୁହେଁ । ଏହା ରାଜ୍ୟମାନଙ୍କ ଇଚ୍ଛାଧିନ ବ୍ୟାପାର ବୋଲି ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି । ଏହାକୁ ନେଇ ସମଗ୍ର ଦେଶରେ ଏସସି,ଏସଟି ଓ ଓବିସିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ତେବେ ହାଇକୋର୍ଟ ତାଙ୍କ ରାୟକୁ ପ୍ରତ୍ୟାହର କରନ୍ତୁ ନଚେତ ସଂସଦରେ ବିଲ ଆଣି ସରକାର ଏହି ରାୟକୁ ନିରସ୍ତ୍ର କରନ୍ତୁ ବୋଲି ଦାବି କରି ଭୀମ ଆର୍ମି ତରଫରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ବଲାଙ୍ଗୀର ଦଳିତ ସମାଜ ତରଫରୁ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦକୁ ଏପିଆଇ ଓ ବିଏସପି ଭଳି ରାଜେନୌତିକ ଦଳ ସହିତ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଥିଲେ । ସେହିପରି ଜିଲ୍ଲା ବଣିକ ସଂଘ, ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ ଓ ଦୈନିକ ବଜାର ସଂଘ ମଧ୍ୟ ସମର୍ଥନ ଜଣାଇଥିଲେ ।
ଏହା ବ୍ୟତୀତ ଗୋଣ୍ଡୱାନା ଗୋଣ୍ଡ ସମାଜ ଓ ପଛୁଆ ବର୍ଗ ମଂଚ ତରଫରୁ ମଧ୍ୟ ସମର୍ଥନ ଜ୍ଞାପନ କରାଯାଇଥିଲା । ତେବେ ବଲାଙ୍ଗୀରରେ ଆଜି ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ ମିଳିଥିଲା । ଜନସାଧାରଣ ବନ୍ଦକୁ ସମର୍ଥନ କରି ଦୋକାନ ବଜାର ସବୁ ବନ୍ଦ ରଖିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଆଜି ରବିବାର ଥିଲା ତେଣୁ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । ଆନ୍ଦୋଳନକାରୀମାନେ ସକାଳ ୫ଟାରୁ ସହରର ଭାଗୀରଥି ଛକ, କଲେଜ ଛକ, ସୁଦପଡା ଛକ, ଗାନ୍ଧୀନଗର ପଡାଛକ ଓ କଦମପଡା ଠାରେ ଟାୟାରଜାଳି ରାସ୍ତାଅବରୋଧ କରିବାସହ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ଆନ୍ଦୋଳନକାରୀମାନେ ରେଳ ଷ୍ଟେସନକୁ ଯାଇ ସୁରତରୁ ପୁରୀ ଅଭିମୁଖେ ଯାଉଥିବା ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନକୁ ଅଧଘଂଟା ଧରି ଅଟକାଇ ରଖିଥିଲେ ।

ସେଠାରୁ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖକୁ ଆସି ବିକ୍ଷୋଭ ପଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା କରିଥିଲେ । ପ୍ରତିବାଦ ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଉପରେ ବିଷୋଦଗାର କରିଥିଲେ । କେନ୍ଦ୍ର ସରକାର ଦଳିତ ଓ ନିଷ୍ପେଷିତ ବର୍ଗର ସାମ୍ବିଧାନିକ ଅଧିକାରକୁ ହନନ କରିବା ପାଇଁ ବାରମ୍ବାର ଉଦ୍ୟମ କରୁଛନ୍ତି । ତେଣୁ ଏହି ବର୍ଗର ଲୋକଙ୍କ ଭିତରେ ଆଜି ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି । ଭବିଷ୍ୟତରେ ଏହା ବିସ୍ଫୋରକ ରୂପ ନେଇପାରେ । ତେଣୁ ସୁପ୍ରମିକୋର୍ଟ ତାଙ୍କ ରାୟର ପୁର୍ନବିଚାର କରି ପ୍ରତ୍ୟାହାର କରନ୍ତୁ ନଚେତ କେନ୍ଦ୍ର ସରକାର ସଂସଦରେ ଆଇନ ଆଣି ଏହାର ସଂଶୋଧନ କରନ୍ତୁ ବୋଲି ବକ୍ତାମାନେ ଦାବି କରିଥିଲେ । ସମଗ୍ର ସହର ଶତାଧିକ ସଂଖ୍ୟାରେ ଆନ୍ଦୋଳନକାରୀମାନେ ବୁଲି ବୁଲି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ , ଗତକାଲି ବନ୍ଦକୁ ସମର୍ଥନ ନକରିବା ପାଇଁ ବଣିକ ସଂଘ ନିଷ୍ପତି ନେଇଥିଲା ।
ତେବେ ରାତିରେ ବନ୍ଦକୁ ସମର୍ଥନ କରାଯାଉଛି ବୋଲି ଏହାର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ପ୍ରେସବାର୍ତା ମାଧ୍ୟମରେ ଜଣାଇଥିଲେ । ତେବେ ବନ୍ଦ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ବନ୍ଦରୁ ଜରୁରୀକାଳୀନ ସେବା ଓ ବାହାଘର ପାଇଁ ଆସୁଥିବା ବରଯାତ୍ରୀମାନଙ୍କୁ ବାଦ ଦିଆଯାଇଥିଲା । ବନ୍ଦର ନେତୃତ୍ୱ ଜିଲ୍ଲା ଦଳିତ ସମାଜର ଆବାହକ ବିଜୟ କୁମାର ବାରିକ, ଗଣ୍ଡାବଜା ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦ, ଶମ୍ଭୁ ନାଗ, ଦ୍ରୋଣ କୁମ୍ଭାର, କିଶୋର କୁମ୍ଭାର ଓ ରଶ୍ମୀ ରଂଜନ ବାଗ ପ୍ରମୁଖ ନେଇଥିଲେ । ଆଗାମୀ ଦିନରେ ଆଇନ ପ୍ରତ୍ୟାହାର କରାନଗଲେ ବା ସଂସଦରେ ସଂଶୋଧନ କରାନଗଲେ ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking