26.1 C
Bhubaneswar
Wednesday, May 8, 2024
Homeଓଡିଶାଶିକାର କରିବାକୁ ଯାଇଥିବାବେଳେ ମୃତ୍ୟୁ

ଶିକାର କରିବାକୁ ଯାଇଥିବାବେଳେ ମୃତ୍ୟୁ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଶିକାର କରିବାକୁ ଯାଇଥିବା ବେଳେ ନିଜେ ଗୁଳି ମାଡରେ ଟଳି ପଡିଥିଲେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର କ୍ରିଷ୍ଣା ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ,ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ ୫ ଜଣ ବ୍ୟକ୍ତି ସିଆଙ୍ଗବାଲି ଅଞ୍ଚଳରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ହେଲେ ଶିକାର ସମୟରେ କ୍ରିଷ୍ଣାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ଗୁଳି ବାଜିଲା ତାହା ଜଣାପଡ଼ି ନାହିଁ । ଗତକାଲି କ୍ରିଷ୍ଣାଙ୍କ ସାଥୀରେ ଶିକାର ପାଇ ଯାଇଥିବା ଅନ୍ୟ ଯୁବକମାନେ ତାଙ୍କ ମୃତଦେହକୁ ଗାଁକୁ ଆଣିଥିଲେ । ଏନେଇ ଆଜି ଖବର ପାଇ ଦାରିଙ୍ଗବାଡ଼ି ପୁଲିସ୍ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ନିଜ ବନ୍ଧୁକରୁ ଗୁଳି ଫୁଟି କ୍ରିଷ୍ଣାଙ୍କର ମୃତ୍ୟୁ ହୋଇଛି ନା ତାଙ୍କ ସାଥୀରେ ଯାଇଥିବା ଅନ୍ୟ ଶିକାରୀ ମାନେ ହତ୍ୟା କରିଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । କ୍ରିଷ୍ଣାଙ୍କ ସହ ଶିକାର ପାଇଁ ଯାଇଥିବା ଅନ୍ୟ ଶିକାରୀ ମାନଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking