34.1 C
Bhubaneswar
Thursday, April 25, 2024
Homeଓଡିଶାଶିଳ୍ପ ନେଇ ନବୀନଙ୍କୁ ପ୍ରଶ୍ନ କଲେ ଦାମ

ଶିଳ୍ପ ନେଇ ନବୀନଙ୍କୁ ପ୍ରଶ୍ନ କଲେ ଦାମ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ସେ ତାଙ୍କର ଇଚ୍ଛା ଅନେକବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରକଟ କରିସାରିଲେଣି । ସେଥିନେଇ ସେ ଆଉ ଗଣମାଧ୍ୟମରେ ସରକାରଙ୍କ ବିରୋଧରେ କିଛି ବିଷୋଦଗାର କରୁନାହାଁନ୍ତି । ହେଲେ ତାଙ୍କ ଖବରକାଗଜର ସମ୍ପାଦକୀୟରେ ସମାଲୋଚନା କରିବା ଓ ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି । ୫-ଟିକୁ ସମାଲୋଚନା କରିବା ପରେ ଏବେ ସରକାରଙ୍କ ମେକଇନ ଓଡ଼ିଶା କାର୍ଯ୍ୟକ୍ରମକୁ କଟୁ ସମାଲୋଚନା କରିଛନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ସେ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । ୨୦୨୦ ନଭେମ୍ବରରେ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଡାକ୍ତର ରାଉତ ପ୍ରଶ୍ନ ଉଠାଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ମେକଇନ ଓଡ଼ିଶାର ସଫଳତା କେତେ ଓଡ଼ିଶା ପାଇଲା ତାହାର ହିସାବ ସେ ମାଗିଛନ୍ତି । କହିବାକୁ ଗଲେ ସେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଏକ ପ୍ରଚାର ସର୍ବସ୍ୱ ବୋଲି ଦର୍ଶାଇବାକୁ ଚାହିଁଛନ୍ତି ।
ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀଙ୍କ ଏହି ଘେଷଣା ଉପରେ ତାଙ୍କ ସମ୍ପାଦକୀୟରେ କହିଛନ୍ତି ପ୍ରଥମ ମେକ ଇନ ଓଡ଼ିଶା କନକ୍ଲେଭ ଓଡ଼ିଶା ସରକାର ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରୀଆଲ ପଲିସି ଆଣ୍ଡ ପ୍ରମୋସନ ଏବଂ ସିଆଇଆଇର ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଶିଳ୍ପର ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପୁଞ୍ଜିନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି କନକ୍ଲୋଭ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଟି, ପେଟ୍ରୋ କେମିକାଲ, ସାର ଓ ରସାୟନ, ଖାଦ୍ୟ ପ୍ର୍ରକୀୟାକରଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବୟନଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିଲା । ୨.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏହାପରେ ୨୦୧୮ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକଇନ ଓଡ଼ିଶାର ଦ୍ୱିତୀୟ ସଂସ୍କାରଣ ଭୁବଶ୍ୱେରରେ ଅନୁଷ୍ଠିତ ହେଲା । ଏଥିରେ ଜାପାନ, ଚୀନ, ଇଟାଲି,ଜର୍ମାନୀ ସାଉଦିଆରବ, ଦକ୍ଷିଣକୋରିଆ ଭଳି ୬ଟି ଦେଶର ଶିଳ୍ପପତିମାନଙ୍କ ସହିତ ଭାରତର ଅଧିକାଂଶ ପିଏସୟୁ ଶିଳ୍ପର ପ୍ରମୁଖମାନେ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ୪.୧୯ ଲକ୍ଷ କୋଟିର ପୁଞ୍ଜିନିବେଶ ଲାଗି ପ୍ରତିଶ୍ରୁତି ମିଳିଥିଲା । ଏହି ୨ଟି କନକ୍ଲେଭରୁ ୬ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିସାରିଲାଣି । ତେବେ ଦୁଃଖର କଥା ଏହି ସମସ୍ତ ପ୍ରତିଶ୍ରୁତିର ସାକାର ରୂପ ପରିଦୃଷ୍ଟି ହେଉନି । ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ କେବଳ ଓଡ଼ିଶାରେ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ତେବେ ଶିଳ୍ପାୟନର ଏ ଯେଉଁ ଗୋଲାପୀ ଚିତ୍ର ମୁଖ୍ୟମନ୍ତ୍ରୀ ଦେଖାଇଛନ୍ତି ତାହା ଯଦି ସତ ହୁଅନ୍ତା ରାଜ୍ୟ ନିଶ୍ଚିତ ରୂପେ ଦେଶର ସବୁଠାରୁ ବିକଶିତ ରାଜ୍ୟର ମାନ୍ୟତା ପାଆଁନ୍ତା । ଦୁର୍ଭାଗ୍ୟ ସେମିତି ହେଉନାହିଁ ।
ଗତ ୧୦ ବର୍ଷ ଭିତରେ ରାଜ୍ୟରୁ ପୋଷ୍କ, ମିତଲ ଭଳି ୧୦ଟି ବଡ଼ବଡ଼ ଶିଳ୍ପ ସଂସ୍ଥା ପୁଞ୍ଜିନିବେଶ କରିବାରୁ ଓହରିଯାଇଛନ୍ତି । ଏହି ୧୦ ବର୍ଷରେ ସରକାର ୩୦୧ଟି ଏମଓୟୁ କରିଥିଲେ ମଧ୍ୟ ମାତ୍ର ୫୧ଟି ଆଂଶୀକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ।
ଡାକ୍ତର ରାଉତ କହିଛନ୍ତି ଶିଳ୍ପପତିମାନେ ଏଠାରେ ପୁଞ୍ଜିନିବେଶ କରିବାକୁ ବାସ୍ତରେ ଆଗ୍ରହୀ । ମାତ୍ର ଆମର ପ୍ରଶାସନ ଯଦି ତାଙ୍କୁ ସହଯୋଗ ନ କରେ ସେମାନେ ନିଜ ତରଫରୁ ଏ ଦିଗରେ କେତେ ବା ଆଗ୍ରହ ପ୍ରକାଶ କରିବେ? ଆମେ ଯଦି ନିଜ ହାତରେ ନିଜ ବିକାଶର ତଣ୍ଟିଚିପୁ ତେବେ ଦୋଷ କାହାକୁ ଦେବା ବୋଲି ସେ ପ୍ରଶ୍ନ କରିଛନ୍ତି । ଡାକ୍ତର ରାଉତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପି ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କଥା ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking