34.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ପୁଣି କଙ୍ଗାରୁକୋର୍ଟ : ବିବାହିତା ମହିଳା ଓ ପ୍ରେମିକଙ୍କୁ ଛେଚିଲେ...

ପୁଣି କଙ୍ଗାରୁକୋର୍ଟ : ବିବାହିତା ମହିଳା ଓ ପ୍ରେମିକଙ୍କୁ ଛେଚିଲେ…

ରାଉରକେଲା : ରାଉରକେଲା ବ୍ରାହ୍ମଣୀତରଙ୍ଗ ଅଞ୍ଚଳରେ ପୁଣି କଙ୍ଗାରୁକୋର୍ଟ ହୋଇଥିବାର ଦେଖିବାକୁ ମିଳିଛି । ବିବାହିତା ମହିଳା ଓ ପ୍ରେମିକଙ୍କୁ ନିସ୍ତୁକ ମାଡ଼ ହୋଇଛି ଏବଂ ଏହାସହ ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି । ସ୍ତ୍ରୀ ଓ ପ୍ରେମିକକୁ ବାନ୍ଧି ମାଡ଼ ମାରିଲେ ଶ୍ବଶୁର ଘର ଲୋକେ । ଜୀବନ ପ୍ରତି ବିପଦ ଆଶଙ୍କା ନେଇ ପ୍ରେମିକ ସହ ରାଉରକେଲା ଏସପି ନିକଟରେ ଫେରାଦ ହେଲେ ଲାଠିକଟା ମୁଣ୍ଡାଝୋର ଅଞ୍ଚଳର ପୁକଲି ଓରାମ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ରେ ପୁକଲି ଓରାମ ବ୍ରାହ୍ମଣୀତରଙ୍ଗ ଥାନା ମାଣିଆକୁଦର ଜମ୍ବୁ ଓରାମଙ୍କ ସହ ବିବାହ କରିଥିଲେ । ହେଲେ ବାହାଘର ପରେ ପୁକଲିଙ୍କର ତାଙ୍କ ପୁରୁଣା ପ୍ରେମିକ ପୂରଣଙ୍କ ସହ ସମ୍ପର୍କ ଥିବା ନେଇ ସ୍ବାମୀ ସନ୍ଦେହ କରି ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ନିର୍ଯାତନା ସହିନପାରି ପୁକଲି ଶାଶୁଘରୁ ପଳାଇ ଆସିଥିଲା । ରାଉରକେଲା ବସ ଷ୍ଟାଣ୍ଡରେ ରହି ପ୍ରେମିକ ପୂରଣକୁ ଡାକିଥିଲା । ଏହି ସମୟରେ ପୁକଲିଙ୍କର ଶାଶୁଘର ଲୋକ ପହଞ୍ଚି ଉଭୟଙ୍କୁ ନିଜ ଗାଁକୁ ନେଇ ଯାଇ ମାଡ ମାରିଥିଲେ । ପ୍ରେମିକ, ପ୍ରେମିକାଙ୍କ ହାତଗୋଡ ବାନ୍ଧି ଶ୍ବଶୁର ଘର ଗାଁ ଲୋକ ବାଡେଇଥିବାର ଭିଡିଓ ଭାଇରାଲ ହୋଇଛି । ମାଡ ମାରିବା ସହ ଦେଢ ଲକ୍ଷ ଟଙ୍କା ଜରିମାନା ମଧ୍ୟ ମାଗିଥିଲେ । ତେବେ ପ୍ରେମିକ ପୂରଣ ୫୦ ହଜାର ଟଙ୍କା ଦେଇଥିବା ବେଳେ ପରେ ଲକ୍ଷେ ଟଙ୍କା ଦେବା ପାଇଁ କହିଥିଲେ । ଏହାପରେ ପରେ ପ୍ରେମିକ ସହ ସ୍ତ୍ରୀକୁ ବିଦା କରିଥିଲା ସ୍ବାମୀ । ଜୀବନ ପ୍ରତି ବିପଦ ଥିବା ନେଇ ପ୍ରେମିକ ସହ ରାଉରକେଲା ଏସପିଙ୍କ ନିକଟରେ ପୁକଲି ଓରାମ ଫେରାଦ ହୋଇଥିବାର ଜଣା ପଡିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking