29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଦୁବାଇର ସାତ ତାରକା ହୋଟେଲ; ଯେଉଁଠି ମିଳିବ ସମସ୍ତ ପ୍ରକାର ସୁବିଧା

ଦୁବାଇର ସାତ ତାରକା ହୋଟେଲ; ଯେଉଁଠି ମିଳିବ ସମସ୍ତ ପ୍ରକାର ସୁବିଧା

ନୂଆଦିଲ୍ଲୀ: ବର୍ଜ ଅଲ ଆରବ ଦୁବାଇରେ ଥିବା ଏକମାତ୍ର ସାର୍ଟିଫାଏଡ ୭ ଷ୍ଟାର ହୋଟେଲ । ଏହାକୁ ଛାଡି ଦେଲେ ଆପଣଙ୍କୁ କେବଳ ୫ ଷ୍ଟାର ହୋଟେଲ ହିଁ ଦେଖିବାକୁ ମିଳିବ । ହେଲେ ବର୍ଜ ଅଲ ଆରବ ବ୍ୟତୀତ ଏତେ ଟେକ୍ନୋଲୋଜୀ ଥାଇ ବି ଦୁନିଆରେ ଆଉ କୋଉଠି ଦ୍ୱିତୀୟ ୭ ଷ୍ଟାର ହୋଟେଲ ହୋଇନାହିଁ । ଆଉ ଏହି ହୋଟେଲକୁ ଏହି ଉପାଧୀ କଣ ପାଇଁ ଦିଆଯାଇଛି, ତାହା ଆହୁରି ରୋଚକକର । ଦୁବାଇର ସବୁଠୁ ଧନୀ ବ୍ୟକ୍ତି ଏବେ ସେଠାର ପ୍ରେସିଡେଣ୍ଟ ସେକ ମହମ୍ମଦ ବିନ ରାସିଦଙ୍କ ଏହା ଉପରେ ମାଲିକାନା ଅଧିକାର ରହିଛି । ଆଉ ଆପଣ ମଧ୍ୟ ଜାଣିଥିବେ ଦୁନିଆରେ ସବୁ ଜିନିଷ ଏମିତି ବନାଯାଇଥାଏ, ଯାହାଦ୍ୱାରା ପୁରା ଦୁନିଆ ହିଁ ତାକୁ ଦେଖିବ । ସେଥିପାଇଁ ଆପଣଙ୍କୁ ବର୍ଜ ଅଲ ଆରବର ପ୍ରତିଟି ଜିନିଷ ଆଶ୍ଚର୍ଯ୍ୟ କରି ରଖିଦେବ । ତେଣିକି ସେ ଏହାର ଡିଜାଇନ ହେଉ , କି ଫ୍ୟାସିଲିଟି ହେଉ କିମ୍ବା ତାର ସୌନ୍ଦର୍ଯ୍ୟ । ବର୍ଜ ଅଲ ଆରବ ୩୨୧ ମିଟର ଉଚ୍ଚତା ସହିତ ଦୁନିଆର ସପ୍ତମ ଉଚ୍ଚ ହୋଟେଲ । ୧୯୯୯ରେ ନିର୍ମାଣ ହୋଇଥିବା ଏହି ହୋଟେଲ ଅନେକ ସମୟ ପର୍ଯ୍ୟନ୍ତ ଦୁନିଆର ସବୁଠୁ ଉଚ୍ଚ ହୋଟେଲ ଭାବକେ ପରିଗଣିତ ହୋଇଥିଲା । ହେଲେ ଗତ କିଛି ବର୍ଷ ମଧ୍ୟରେ ଏହାଠାରୁ ବି ଉଚ୍ଚା ହୋଟେଲ ନିର୍ମାଣ ହୋଇଛି । ଯେଉଁଥିପାଇଁ ଉଚ୍ଚତା ହିସାବରେ ଏହି ହୋଟେଲ ପଛରେ ରହିଗଲା । ହେଲେ କୌଣସି ହୋଟେଲ ୭ ଷ୍ଟାର ବନିପାରିଲା ନାହିଁ । ଏହି ହୋଟଲେକୁ ଆସିବା ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାରର ଅପ୍ସନ ଦିଆଯାଏ । ହୋଟେଲ ତରଫରୁ ଗାଡି ଦିଆଯାଉଥିବା ବେଳେ ଯାହା ପାଖରେ ମୋଟା ରକମ ଥାଏ ସେମାନେ ସିଧା ହେଲିକପ୍ଟର ଯୋଗେ ହୋଟେଲର ହେଲିପ୍ୟାଡ ରେ ପ୍ରବେଶ କରିପାରିବେ । ଆପଣଙ୍କ ଟଙ୍କା ହିସାବରେ ଆପଣଙ୍କୁ ସୁବିଧା ମିଳିବ । କାରଣ ହୋଟେଲରେ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ରୋଜ ଓାଟର, କଫି ଓ ସ୍ନାକ୍ସ ସହିତ ଏକ ଥଣ୍ଡା ଟାେଓଲ ସହ କରାଯାଏ । ଫଳରେ ଆପଣଙ୍କ ମୁଡ୍ ଫ୍ରେସ ହୋଇପାରିବ । ତା ମଧ୍ୟରେ ୨୦ ହଜାର ଫିଟର ସୁନାର ପଟିରେ ସଜାଯାଇଛି ।

ହୋଟେଲରେ ପ୍ରବେଶ କରିବା ମାତ୍ରେ ଆପଣ ଆନନ୍ଦିତ ହୋଇଯିବେ । ଏହି ହୋଟଲରେ ପୃଥିବୀର ସବୁଠୁ ଦାମି ମାର୍ବଲ ବ୍ୟବହାର କରାଯାଇଛି । ଏହଛଡା ଦୁନିଆର ସବୁଠୁ ବଡ ଆଟ୍ରିୟମ ବି ଆପଣ ସେହି ହୋଟେଲରେ ଦେଖିବାକୁ ପାଇବେ । ହୋଟେଲର ମଧ୍ୟ ଭାଗରେ ଏକ ଝରଣା ବି ରହିଛି । ଯାହାର ପାଣି ୧୩୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଏ । ସେହି ହୋଟଲରେ ୨୦୨ କୋଠରୀ ରହିଛି । ସେଠାରେ ପ୍ରତି ବେସିକ ରୁମର ଦାମ ୨୭୦୦ ଡଲାର ରୁ ଆରମ୍ଭ ହୋଇଥାଏ । ଅର୍ଥାତ ଆଜିର ସମୟରେ ପ୍ରାୟ ୨ ଲକ୍ଷ । ରୁମର ସମସ୍ତ ଜିନିଷ ଅଟୋମେଟିକ ଥାଏ । ଆପଣଙ୍କୁ କେବଳ କମାଣ୍ଡ ଦେବା ଦରକାର । ଏହାଛଡା ଆପଣଙ୍କୁ ସ୍ପାଠୁ ଆରମ୍ଭ କରି ପାର୍ଲର ଓ ମସାଜ ଯାଏଁ ସବୁ ସୁବିଧା ମିଳିଯିବ । ଏହି ସବୁ ସୁବିଧା ଆପଣଙ୍କୁ ବେସିକ ରୁମ ସହ ମିଳିବ । ଏହା ବ୍ୟତୀତ ଆପଣଙ୍କୁ ୨୪ କ୍ୟାରେଟ ଗୋଲ୍ଡ ଆଇପ୍ୟାଡ ମଧ୍ୟ ମିଳିବ । ଯାହାକୁ ଆପଣ ସେଠାରେ ରହିବା ମଧ୍ୟରେ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking