29.1 C
Bhubaneswar
Sunday, May 5, 2024
Homeଓଡିଶାଓଡିଶା ବ୍ରାହ୍ମଣ ସମାଜ,ରାଇରଙ୍ଗପୁର ଶାଖା ତରଫରୁ ଏକ ଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞ

ଓଡିଶା ବ୍ରାହ୍ମଣ ସମାଜ,ରାଇରଙ୍ଗପୁର ଶାଖା ତରଫରୁ ଏକ ଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞ

ମୟୂରଭଞ୍ଜ-ସାରାବିଶ୍ବ ସମେତ ଆମ ଦେଶ ଏବଂ ଆମ ରାଜ୍ଯରେ ମହାମାରୀ କରୋନାର ଦ୍ଵିତୀୟ ଲହର ଚାଲିଛି । ସମସ୍ତ ମାନବ ସମାଜ ଭୟଭୀତ ଥରହର ।କରୋନା ମିଟର ଦିନକୁଦିନ ବଢିବାରେ ଲାଗିଛି । ତତସହ ପ୍ରବଳ ରୌଦ୍ରତାପରେ ଅସହ୍ଯ ହେଉଛି ଜୀବନ । ଏହିସବୁ ଦୈବୀଦୁର୍ବିପାକ,ପ୍ରାକୃତିକ ଦୁର୍ବିବାକରେ ସମାଜିକ ଅଵସ୍ଥା ସଂକଟାପନ୍ନ । ଏଥିପାଇଁ ଓଡିଶା ବ୍ରାହ୍ମଣସମାଜ ରାଇରଙ୍ଗପୁର ଶାଖା ଆନୁକୂଲ୍ଯରେ ଦ୍ଵିତୀୟ ବର୍ଷରେ ଏକ ଦିବସୀୟ ବିଶ୍ବଶାନ୍ତି ଯଜ୍ଞ ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ହୋଇଯାଇଛି। ସାରା ପୃଥୀବୀରେ ମହାମାରୀ କରୋନା ଦୂରହେଉ,ଭାଇଚାରା ରହୁ,ଶାନ୍ତି ଫେରି ଆସୁ,ସମସ୍ତେ ଆଧ୍ଯାତ୍ମବାଦୀ ହୁଅନ୍ତୁ,ସାମାଜିକ ଶୃଙ୍ଖଳା ଆସୁ,ସମସ୍ତଙ୍କ ମନରେ ଆନନ୍ଦ ଓ ଖୁସିଭରି ରହୁ, ସମସ୍ତେ ଐଶ୍ବର୍ଯ୍ଯବାନ ହୁଅନ୍ତୁ,ରୋଗମୁକ୍ତ ଓ ସୁସ୍ଥ ରୁହନ୍ତୁ ଏହାହିଁ ବ୍ରାହ୍ମଣ ସମାଜ ତରଫରୁ ବିଶ୍ବଶାନ୍ତି ଯଜ୍ଞ ଆୟୋଜନ କରିବାର ଉଦ୍ଧେଶ୍ୟ ବୋଲି କମିଟିର ସଦସ୍ଯମାନେ କହିଥିଲେ। ବାହାରୁ ଆର୍ଥିକ ସାହାଯ୍ଯ ନ ନେଇ ବ୍ରାହ୍ମଣ ସମାଜର ସଭ୍ଯ/ସଭ୍ଯା ମାନଙ୍କ ନିଜସ୍ବ ଅର୍ଜିତ ଅର୍ଥରେ ଏହି ଯଜ୍ଞ ଆୟୋଜନ ହୋଇଥିଲା ।ବାମନଘାଟୀ ଉପଖଣ୍ଡର ବହୁ ସଦସ୍ଯ/ସଦସ୍ଯା ଏଥିରେ ସାମିଲ ହୋଇଥିଲେ । ଏହି ବିଶ୍ବଶାନ୍ତି ଯଜ୍ଞରେ କର୍ତ୍ତାଥିଲେ ଶିକ୍ଷକ ଆଲୋକ ମିଶ୍ର ଏବଂ ତାଙ୍କ ସହଧର୍ମିଣୀ ରୀତାରାଣୀ ମିଶ୍ର ।

ପୂଜକ ଥିଲେ ଦେବ ନନା,ପ୍ରଶନ୍ନ ନନା,ମକରୁ ନନା,ବୁଲା ନନା ଓ ଜନ ନନା ।ବହୁ ବିଦ୍ବାନ ବ୍ରାହ୍ମଣ ଗୀତାଶ୍ଳୋକ ଏବଂ ବିଷ୍ନୁ ସହସ୍ର ନାମ ପାଠ କରିଥିଲେ । ଗୀତା ୭୦୦ ଶ୍ଳୋକ ଆହୂତି ଦିଆଯାଇଥିଲା ।ସମଗ୍ର ଅଂଚଳରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସହିତ ମନରେ ଶାନ୍ତିଭାବ ସୃଷ୍ଟି ହୋଇ ହୋଇଥିଲା । ଏହି ପବିତ୍ର କାର୍ଯ୍ଯକ୍ରମରେ ଓଡିଶା ବ୍ରାହ୍ମଣ ସମାଜ, ରାଇରଙ୍ଗପୁର ଶାଖା ସଭାପତି ପ୍ରଭାସ କବି, ଉପସଭାପତି ଆଲୋକ ମିଶ୍ର, କୋଷାଧ୍ଯକ୍ଷ ସତ୍ଯରଂଜନ ମହାପାତ୍ର, ଶୁଶାନ୍ତ ଶର୍ମା, ଗଣେଶ୍ବର ଦାସ,ସୁଧୀର ମିଶ୍ର, ଦିଲିପ ଷଡଙ୍ଗୀ,ଗଣେଶ ମିଶ୍ର, ହିରଣ୍ମୟୀ କବି,ନିରୁପମା କବି, ମାନସୀ ମହାପାତ୍ର,ବାଇଧର ପଣ୍ଡା, କ୍ଷୀରୋଦ ତ୍ରିପାଠୀ, ମାନସ ଓତା,ପ୍ରଭାସିନୀ ଦାସ, ନମିତା ଓତା,ଶୁଭଲକ୍ଷ୍ମୀ ମହାପାତ୍ରଙ୍କ ସମେତ ବହୁ ସଭ୍ଯ/ସଭ୍ଯା ଯୋଗ ଦେଇଥିଲେ । ରାଇରଙ୍ଗପୁର ବ୍ରାହ୍ମଣ ସମାଜର ଏଭଳି ଯଜ୍ଞ ଏବଂ ମାନବକଲ୍ଯାଣ କାର୍ଯ୍ଯକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
– ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking