30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୭ଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍ : ଅର୍ଥମନ୍ତ୍ରୀ

୭ଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନିଯୋଗ କାର୍ଯ୍ୟକ୍ରମ ଦେଶରେ ଆଗକୁ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଶିଳ୍ପ ପରିସଂଘ (ସିଆଇଆଇ)ର ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କମ୍ପାନୀର ଘରୋଇକରଣ ନେଇ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆର୍ଥିକ ବିକାଶ ପାଇଁ ସରକାର ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛନ୍ତି । କୋଭିଡ୍ ସମୟରେ ମୋଦି ସରକାର ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଆବଶ୍ୟକ ସ୍ଥଳେ ଆଇନର ସଂଶୋଧନ କରାଯାଇଛି ।

ସରକାରୀ ଜେନାରଲ ଇନ୍ସ୍ୟୁରାନ୍ସ କମ୍ପାନୀ ଓ ଅନ୍ୟ ସରକାରୀ କମ୍ପାନୀକୁ ଘରୋଇକରଣ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ । ସିଆଇଆଇ ବୈଠକରେ ବିନିଯୋଗ ଓ ଜନସାଧାରଣ ମୂଲ୍ୟାଙ୍କନ ପରିଚାଳନା ବିଭାଗ (ଡିଆଇପିଏମ) ସେକ୍ରେଟାରୀ ତୁହିନ କାନ୍ତ ପାଣ୍ଡେ କହିଥିଲେ ଯେ, ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲି.ର ଘରୋଇକରଣ ଚଳିତ ବର୍ଷ ହୋଇଯିବ । ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଭାରତ ୟାର୍ଥ ମୁଭର୍ସ ପ୍ରା. ଲି., ପୱନ ହଂସ ଓ ନିଳାଚଳ ଇସ୍ପାତ ନିଗମ ଲି.ର ଘରୋଇକରଣ ନେଇ ବିଡର୍ସ ଆଶାୟୀ ରହିଛନ୍ତି । ସରକାର ଚଳିତ ବର୍ଷର ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଦୁଇଟି ସରକାରୀ ବ୍ୟାଙ୍କ ଓ ଏଲଆଇସିର ଅଂଶଧନ ବିକ୍ରି ସାମିଲ୍ ରହିଥିବା ଶ୍ରୀ ପାଣ୍ଡେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking