27.1 C
Bhubaneswar
Thursday, April 25, 2024
Homeଓଡିଶାକପିଳାସ ବନାଞ୍ଚଳଠାରେ ବିଶ୍ୱ ହାତୀ ଦିବସ ପାଳିତ

କପିଳାସ ବନାଞ୍ଚଳଠାରେ ବିଶ୍ୱ ହାତୀ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ୪ଟି ହାତୀଙ୍କୁ ନେଇ ବିଶ୍ୱ ହାତୀ ଦିବସ ଉପଲକ୍ଷେ ହାତୀ ମୋର ସାଥୀ ମହାମନ୍ତ୍ରକୁ ନେଇ ଭିମ ଓ କାର୍ତିକ ନାମକ ଦୁଇ ହାତୀଙ୍କୁ ସିନ୍ଦୁର, ଚିତା ଦ୍ୱାରା ସଜେଇ ନୁତନ ବସ୍ତ୍ର ପ୍ରଦାନ କରିବା ସହ କଦଳି, ବିସ୍କୁଟ୍ ଆଦି ଖାଇବାକୁ ଦେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ ସହ ବହୁ ବନବିଭାଗ କର୍ମଚାରୀମାନେ ଯୋଗଦେଇ ହାତୀ ଦିବସ ପାଳିତ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ, ବଣୁଆ ହାତୀ ଛୁଆ ଗୁଡିକ ନିଜ ଗୋଷ୍ଟିରୁ ବାହାରି ଯାଇଥିବା ଯୋଗୁଁ ଏହି ହାତୀମାନଙ୍କୁ କପିଳାସ ରେଞ୍ଜ ବନବିଭାଗ କର୍ମଚାରୀ ମାନେ ଛୋଟରୁ ବଡ କରିଥିଲେ । ଏହି ୪ଟି ହାତୀ ବନବିଭାଗ କର୍ମଚାରୀ ମାନଙ୍କ ସହିତ ସାଥୀ ହୋଇ ଚଳୁୂଥିବାରୁ ହାତୀ ମୋର ସାଥୀ ନାରାବାଜିଟିକୁ ମଜଭୁତ୍ କରିବା ସହ ସତ୍ୟ ସିଧ୍ୟ ପ୍ରମାଣ ହୋଇଯାଇଛି ।

ଅନ୍ୟପଟେ ଜଙ୍ଗଲରୁ ଆସି ହାତୀମାନେ ବହୁ ଜନବସତି ଗାଁ ଗହଳି ମାନଙ୍କରେ ଉପଦ୍ରବ କରି ଲୋକମାନଙ୍କର ଘର ଦ୍ୱାର ସହିତ ବିଭିନ୍ନ ସାମଗ୍ରୀ ନଷ୍ଟ କରୁଥିବା ବେଳେ ବନବିଭାଗ କର୍ମଚାରୀମାନେ ଢେଙ୍କାନାଳ ଚତୃପାଶ୍ୱରେ ଥିବା ଦୁଇ ଶହରୁ ଉଧ୍ୱର୍ ହାତୀଙ୍କ କବଳରୁ ଲୋକମାନଙ୍କୁ ସୁରକ୍ଷା ଦେଇ ପାରୁନଥିବା ଜଣାପଡିଛି । ମାତ୍ର କିଛି ଦୁର୍ବୁତ ମାନଙ୍କ କବଳରୁ ହାତୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଠିକ୍ ଦାୟିତ୍ୱ ପରିବହନ କରିପାରୁନଥିବା ଘଟଣାକୁ ଭବିଷ୍ୟତରେ ବନବିଭାଗ କର୍ମଚାରୀ ଦ୍ୱାରା ସଠିକ୍ ଦାୟିତ୍ୱର ସହ ତୁଲେଇବା ଉଭୟ ପକ୍ଷଙ୍କୁ ସୁରକ୍ଷା ପ୍ରଦାନ କରି ହାତୀ ମୋର ସାଥୀ କଥାଟିକୁ ସମାଜରେ ସ୍ଥାପନ କରିବା ଦିଗରେ ଢେଙ୍କାନାଳ ବନକର୍ମଚାରୀ ମାନେ ଦୃଢତାର ସହ ଅଗ୍ରଣୀ ଭୁମିକା ଗ୍ରହଣ କରିବେ ବୋଲି ଗୋଗିନେନି ମତବ୍ୟକ୍ତ କରିଛନ୍ତି । ଏହି ହାତୀ ମାନଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ହେଉଥିବା ବେଳେ ଜଙ୍ଗଲ ଯୋଗୁଁ ହାତୀମାନଙ୍କ ଜୀବନ ସୁରକ୍ଷୀତ ରହୁଛି ବୋଲି କହି ଅଧିକାଂଶ ଜଙ୍ଗଲ ପାଖ ଗ୍ରାମରେ ଲୋକମାନେ ଜଙ୍ଗଲ ନଷ୍ଟ ନକରି ଚଳିଲେ କିଛି ପରିମାଣରେ ହାତୀ ଜନୀତ ମୃତ୍ୟୁ ରୋକା ଯାଇପାରନ୍ତା ବୋଲି ଚିନ୍ତାବ୍ୟକ୍ତ କରିଥିଲେ ।

 

ବର୍ଷା ଅଭାବରୁ ଭୟଙ୍କର ମରୁଡି ଆଶଙ୍କା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ସହିତ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ଫଳରେ ଚାଷୀ ଭାଇମାନେ ଧାନ ରୋଇଥିଲେ ମଧ୍ୟ ସେଗୁଡିକ ନଷ୍ଟ ହେବାକୁ ବସିଲାଣି । କେତେକ ଜାଗାରେ ଚାଷ କାମ ମଧ୍ୟ ହୋଇନାହିଁ । ତଳି ଘେରା ଶୁଖି ଗଲାଣି । ଏହାକୁ ନେଇ ଜିଲ୍ଲାର ୮ ଟି ବ୍ଲକ୍‌ରେ ଭୟଙ୍କର ମରୁଡି ହେବା ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣୀ । ଏହା ଦ୍ୱାରା ଖରିଫ ଧାନ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ଜଣାପଡିଛି । ଜୁନ୍ ମାସ ମଧ୍ୟ ଭାଗ ପରଠାରୁ ଚାଷୀ ମାନେ ଚାଷ କାମ ଆରମ୍ଭ କରିଥିଲେ । ବୁଣା ଓ ରୁଆ ଧାନ କାମ ଦ୍ରୁତ ଗତିରେ ଲାଗି ରହିଥିୀଲା । ଇତି ମଧ୍ୟରେ ଛୋଟ ଧାନ ଗୁଡିକ ରୁଆ ଓ ବେଉଷଣ କାମ ସରିଯାଇଥିଲା । ମାତ୍ର ମାତ୍ର ବାକି ଥିବା ଚାଷ ଜମି ଗୁଡି ବର୍ଷା ଅଭାବରୁ ପଡିଆ ପଡିରହିଛି । ଛୋଟ ଧାନ ଗୁଡିକ ଚାଷ ଜମିରେ ପାଣି ବିନା ଶୁଖି ମରିବାକୁ ବସିଲାଣି । ତେବେ ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ଚାଷ ହୋଇପାରି ନଥିବା ବେଳେ ଚଳିତ ବର୍ଷ ଗଜା ମରୁଡି ହେବ ଏଥିରେ ସନ୍ଦେହ ନାହଁ । ଉକ୍ତ ମରୁଡିକୁ ରୋକିବାକୁ ସରକାର କେନାଲ ଦ୍ୱାରା ଯୋଗୁାଉଥିଲେ ମଧ୍ୟ ତାହା ଚାଷ ଜମି ନିକଟରେ ପହଂଚି ପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking