31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକାନ୍ଦାହାରକୁ କବଜା କରିଥିବା ତାଲିବାନର ଦାବି

କାନ୍ଦାହାରକୁ କବଜା କରିଥିବା ତାଲିବାନର ଦାବି

ନୂଆଦିଲ୍ଲୀ : କାନ୍ଦାହାର ଦଖଲ କଲା ତାଲିବାନ। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ଏବେ ତାଲିବାନ କବଜାରେ। ଏଭଳି ଦାବି କରିଛି ତାଲିବାନ । ୩୪ଟି ପ୍ରାଦେଶିକ ରାଜଧାନୀରୁ ୧୨ଟି ଦଖଲ କରି ସାରିଲାଣି ତାଲିବାନ। ଗୁରୁବାର ଆଫଗାନି ସେନା ହେରତ୍‌ ଛାଡିଥିଲେ ଓ ତାଲିବାନ କବଜାକୁ ଆସିଥିଲା ହେରତ୍‌ । ଏହା ପୂର୍ବରୁ ଆଫଗାନିସ୍ତାର ଦଶମ ପ୍ରାଦେଶିକ ରାଜଧାନୀ ଭାବେ ଗଜନୀ ଅକ୍ତିଆର କରିଥିଲା ତାଲିବାନ । ଆଉ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି କାବୁଲ। ତାଲିବାନ ଯେଭଳି ଆଗକୁ ବଢ଼ୁଛି ଖୁବ୍‌ ଶୀଘ୍ର କାବୁଲ୍‌କୁ ନିୟନ୍ତ୍ରଣ କରିବ । ଆଉ ୩୦ ଦିନ ମଧ୍ୟରେ କାବୁଲ ଅକ୍ତିଆର କରିବ ଓ କିଛି ମାସ ମଧ୍ୟରେ ପୂରା ଦେଶକୁ ଦଖଲ କରିବ ବୋଲି ଆମେରିକା ଗୁଇନ୍ଦା ପକ୍ଷରୁ ଜଣାପଡିଛି।

ଅନ୍ୟପଟେ ଆମେରିକା ତା’ର ୩ହଜାର ସେନା ପଠାଇଥିବା ସୂଚନା ଦେଇଛନ୍ତି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍‌ ପ୍ରାଇସ। ଆଫଗାନିସ୍ତାନରେ ଥିବା ଆମେରିକା ଦୂତାବାସର କର୍ମଚାରୀଙ୍କୁ ବାହାର କରିବାକୁ ସେନା ପଠାଇଛି ଆମେରିକା। ବ୍ରିଟେନ ମଧ୍ୟ ତା’ର କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ୬୦୦ ସେନା ପଠାଇଛି। ତାଲିବାନର ଆତଙ୍କବାଦୀମାନେ ପାଖାପାଖି ୧୫୦ କିମି ଦୂରରେ ଥିବା ଗଜନୀ ଏବଂ ଇରାନ ସୀମା ନିକଟସ୍ଥ ହେରାତ ଉପରେ ପୂର୍ବରୁ ହିଁ କବ୍‌ଜା କରିସାରିଛି। କୁହାଯାଉଛି ଯେ, ଆତଙ୍କବାଦୀମାନେ ଯେକୌଣସି ସମୟରେ କାବୁଲ ଉପରେ ଆକ୍ରମଣ କରିପାରନ୍ତି। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଅଶରଫ ଗନୀ ସରକାର ପତ୍ତନ ହୋଇଯିବ ଭଳି ଆଶା କରାଯାଉଛି। ଆମେରିକା ସେନା ମଧ୍ୟ ଆଶା କରୁଛି ଯେ, ତାଲିବାନ ଆତଙ୍କବାଦୀମାନେ ୩୦ରୁ ୯୦ ଦିନ ଭିତରେ କାବୁଲ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking