32.1 C
Bhubaneswar
Thursday, May 2, 2024
Homeଓଡିଶାସ୍ତ୍ରୀ ପାଇଁ ବାଲେଶ୍ୱରରୁ ସିଂହଦ୍ବାର

ସ୍ତ୍ରୀ ପାଇଁ ବାଲେଶ୍ୱରରୁ ସିଂହଦ୍ବାର

ପୁରୀ : ବାଲେଶ୍ୱରରୁ ପୁରୀ । ସ୍ତ୍ରୀଙ୍କ ଆରୋଗ୍ୟ କାମନା କରି ୨୫୦ କିଲୋମିଟରରୁ ଅଧିକ ବାଟ ଚାଲିଲେ ଯୁବକ । ମହାପ୍ରଭୁଙ୍କୁ ଦର୍ଶନ କରି ସ୍ତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି ବାଲେଶ୍ୱର ସଦର ଅଞ୍ଚଳର ଗୌରୀ ଶଙ୍କର ପାତ୍ର । ପତ୍ନୀ ପ୍ରାୟ ୪ ମାସ ହେବ ଅପରେସନ ହୋଇ ଅସୁସ୍ଥ । ତେଣୁ କାଳିଆ ସାଆନ୍ତଙ୍କୁ ଦୁଃଖ ଜଣାଇବାପାଇଁ ଆସିଛନ୍ତି । ତେବେ ଅରୁଣ ସ୍ତମ୍ଭ ନିକଟକୁ ଯିବାକୁ ସୁଯୋଗ ନଦେବାରୁ କିଛି ସମୟ ପାଇଁ ସେ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ । କିଛି ସେବlୟତ ତାଙ୍କୁ ତୁଳସୀ ଦେବାସହ ମହାପ୍ରଭୁଙ୍କ ଆଶୀର୍ବାଦ ପୁଷ୍ପ ପ୍ରଦାନ କରିଥିଲେ । ଦର୍ଶନ କଟକଣା ଥିବାରୁ ସେ ମନ୍ଦିର ଭିତରକୁ ଯାଇପାରି ନଥିଲେ । ଗତ ବୁଧବାର ରାତି ୩ଟାରୁ ବାଲେଶ୍ୱରରୁ ଚାଲି ଚାଲି ଆସି ଗତକାଲି ସେ ପୁରୀରେ ପହଞ୍ଚିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking