28.1 C
Bhubaneswar
Saturday, April 27, 2024
Homeକରୋନାଭାରତରେ ମୃତ୍ୟୁ ସଂଖ୍ୟା ବଢ଼ିଲା ୭କୁ , ବିହାରରେ ଜଣେ ୩୮ବର୍ଷ ଯୁବକଙ୍କ ମୃତ୍ୟୁ

ଭାରତରେ ମୃତ୍ୟୁ ସଂଖ୍ୟା ବଢ଼ିଲା ୭କୁ , ବିହାରରେ ଜଣେ ୩୮ବର୍ଷ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଏବେ ଗ୍ରାସ କରିବାରେ ଲାଗିଛି କରୋନା ଭାଇରସ୍ ।  ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଭାରତରେ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢ଼ିଥିବା ଦେଖାଯାଇଛି । ମୃତକଙ୍କ ସଂଖ୍ୟା ଗତକାଲି ୪ ଥିବାବେଳେ ଆଜି ଏହା ୭ରେ ପହଂଚିଛି ।  ସବୁଠାରୁ ଚିନ୍ତାର ବିଷୟ ହେଉଛି, ପୂର୍ବରୁ ଭାରତରେ ଯେଉଁମାନେ ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି ସେମାନେ ସାଧାରଣତଃ ବୟସ୍କ ବ୍ୟକ୍ତି ଥିଲେ । ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୁବକ । ତାଙ୍କ ବୟସ ୩୮ବୋଲି ଦର୍ଶାଯାଇଛି । ଏହା ସମଗ୍ର ଦେଶ ପାଇଁ ଉଦବେଗର କାରଣ ପାଲଟିଛି । ଯୁବକମାନେ ବି ଏଥିରେ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ଘଟଣା ଘଟିବା ପରେ କରୋନାର ଭୟାନକ ରୂପ ଜଣାପଡ଼ିଯାଇଛି । ଆଜି ଜଣେ ବୟସ୍କ ବ୍ୟକ୍ତି ମହାରାଷ୍ଟ୍ରରେ,ଜଣେ ଗୁଜୁରାଟରେ ଓ ଅନ୍ୟ ଜଣେ ବ୍ୟକ୍ତି ବିହାରେ ବୋଲି ଜଣାପଡ଼ିଯାଇଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ । ଏଥିରେ ମହାରାଷ୍ଟ୍ରରେ ସର୍ବାଧିକ ୭୪ଜଣ ଆକ୍ରାନ୍ତ ରହିଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୬୩ବୟସର ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି । କୁହାଯାଉଛି ସେ, ଡାଇବେଟିସ୍‌, ବ୍ଲଡ ପ୍ରେସର୍ ଓ ହାର୍ଟ ଡିଜିଜ୍ ରେ ଆକ୍ରାନ୍ତ ଥିଲେ । ଏ ନେଇ ବମ୍ବେ ମୁନିସିପାଲ କରପୋରେସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଗୁଜରାଟ ସୁରତର ମୃତକଙ୍କ ବୟସ ୬୯ ବୋଲି ଦର୍ଶାଯାଇଛି |
ବିହାରରେ ମୃତ୍ୟୁ ବରଣ କରିଥିବା ଯୁବକ କାତାରରୁ ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ପାଟନା ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ କିଡନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା କହିଛି। ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଜଣେ ଲେଖାଁଏ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବରଣ କରିଥିବା ଏହି କରୋନା ରୋଗୀ ମାନଙ୍କର ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ । କେବଳ ମହାରାଷ୍ଟ୍ରରେ ଗତ ୨୪ଘଂଟା ଭିତରେ ସବୁଠୁ ଅଧିକ ଆକ୍ରାନ୍ତ ସଂଖ୍ୟା ରହିଥିବା ଜଣାପଡ଼ିଛି ।
ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍ ଏବେ ବିଶ୍ୱରେ ବ୍ୟାପିବାରେ ଲାଗିଛି ।ବର୍ତମାନ ପରିସ୍ଥିତିରେ ଚିନକୁ ମୃତୁରେ  ଟପିଛି ଇଟାଲୀ । ଇଟାଲୀରେ ମୃତ୍ୟୁଙ୍କ ସଂଖ୍ୟ ୪୮୨୫ । ଚିନରେ ମୃତ୍ୟୁ ସଂଖ୍ୟା ୩୨୬୧ । ପ୍ରଧାନମନ୍ତ୍ରୀଙ୍କ ଡାକରରେ ଆଜି ଦେଶ ବ୍ୟାପି ଜନତା କର୍ଫ୍ୟୁ ଦିବସ ପାଳନ କରାଯାଉଛି । କେନ୍ଦ୍ର ସରକାର ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଦେଶରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି ।ନୂଆଦିଲ୍ଲୀ: କିଲର କରୋନା ଭାଇରସରେ ଆଜି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ମୃତକଙ୍କୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଆଜି ବିହାର, ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ ଲେଖାଏଁ ଏହି ଘାତକ ଭାଇରସର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking