28.1 C
Bhubaneswar
Sunday, April 28, 2024
Homeଅପରାଧଅସହ୍ୟ ହେଲା ପେଟର ଭୋକ: ଖାଇବାକୁ ଟଙ୍କା ମାଗିବାରୁ ୬ବର୍ଷର ନାବାଳକକୁ ନିର୍ମମ ହତ୍ୟା

ଅସହ୍ୟ ହେଲା ପେଟର ଭୋକ: ଖାଇବାକୁ ଟଙ୍କା ମାଗିବାରୁ ୬ବର୍ଷର ନାବାଳକକୁ ନିର୍ମମ ହତ୍ୟା

ଭୋପାଳ: ଅସହ୍ୟ ହେଲା ପେଟର ଭୋକ, ଖାଇବାକୁ ଟଙ୍କା ମାଗିବାରୁ ୬ବର୍ଷର ନାବାଳକକୁ ନିର୍ମମ ହତ୍ୟା କଲା ପୋଲିସ । ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କନେଷ୍ଟବଳ ରବି ଶର୍ମା । ସୂଚନା ଅନୁଯାୟୀ, ଗତକାଲି ଡାଟିଆ ଜିଲ୍ଲାରେ ରଥଯାତ୍ରା ହେଉଥିବା ବେଳେ ରବି ଶର୍ମା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ସମୟରେ ଏକ ୬ ବର୍ଷର ନାବାଳକ କନେଷ୍ଟବଳ ଜଣଙ୍କୁ ଖାଦ୍ୟ ଖାଇବାକୁ ଟଙ୍କା ମାଗିଥିଲା ।

କିନ୍ତୁ ସେ ମନା କରିବା ପରେ ବି ନାବାଳକଟି ବାରମ୍ଭାର ମାଗିବାରୁ ରାଗରେ ଜର୍ଜରିତ ହୋଇ ସେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ପରିତ୍ୟକ୍ତା ସ୍ଥାନରେ ପକାଇବାକୁ ଗ୍ୱାଲିଅରକୁ ନେଇଯାଇଥିବା ଡାଟିଆ ପୋଲିସ ଅଧୀକ୍ଷକ ଆମାନ ସିଂ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ମାନସିକ ଚାପଗ୍ରସ୍ତ ଅବସ୍ଥାରେ ଥିବା ବେଳେ ପିଲାଟି ଟଙ୍କା ମାଗିବାରୁ ସେ ହତ୍ୟା କରିଥିବା ପୋଲିସ କହିଛି ।

ଏହି ଘଟଣାରେ ଏକ ସିସଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି । ଯେଉଁଥିରେ କନେଷ୍ଟବଳଙ୍କ ସହ ଅନ୍ୟ ୨ଜଣ ପୋଲିସ କର୍ମୀଏକ କାରରେ ଗ୍ୱାଲିଅର ଫେରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖାଯାଇ ଅଭିଯୁକ୍ତକୁ କାର୍ଯ୍ୟରୁ ତୁରନ୍ତ ବହିଷ୍କାର କରିବାକୁ କୁହାଯାଇଥିବା କହିଛନ୍ତି ଡାଟିଆ ପୋଲିସ ଅଧୀକ୍ଷକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking