37.1 C
Bhubaneswar
Thursday, March 28, 2024
Homeକରୋନାଉତ୍ତରକୋରିଆରେ ପୁଣି କରୋନା ଆତଙ୍କ

ଉତ୍ତରକୋରିଆରେ ପୁଣି କରୋନା ଆତଙ୍କ

ଉତ୍ତରକୋରିଆ : ଉତ୍ତରକୋରିଆରେ ପୁଣି କରୋନା ଆତଙ୍କ । ଜଣେ ବ୍ୟକ୍ତିଙ୍କ କରୋନା ମାମଲା ପଜିଟିଭ୍ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସମଗ୍ର ଦେଶରେ ଲକଡାଉନ୍ କଟକଣା ଲାଗୁ କରିଛନ୍ତି । କୁହାଯାଇଛି କି ସମ୍ପୃକ୍ତ କରୋନା ପଜିଟିଭ୍ ବ୍ୟକ୍ତି ଜଣକଙ୍କ ନିକଟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ତେଣୁ କିମ ଜୋଙ୍ଗ ସଂକ୍ରମଣରେ ରୋକ୍ ଲଗାଇବାକୁ ଲକଡାଉନ୍ ଘୋଷଣା କରିଛନ୍ତି । ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ବହୁ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ । ପରେ ସେ କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟରେ ତାଙ୍କର ପଜିଟିଭ୍ ଆସିଥିବା ବେଳେ ବ୍ୟକ୍ତି ଜଣକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଥିବା କୁହାଯାଇଛି ।

କୋରିଆର ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନଏ)ର ସୂଚନା ଅନୁଯାୟୀ, ଦେଶରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହେବା ପରେ କିମ ଜୋଙ୍ଗ ଉନ୍ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ବୈଠକ କରିବା ପରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ୨ ଦିନ ପାଇଁ ତାଲାବନ୍ଦ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking